ଦେଶ

୨୧ ବୁଲା କୁକୁରଙ୍କୁ ଗୁଳି ମାରି ହତ୍ୟା – Ibnodisha

[ad_1]

ହାଇଦ୍ରାବାଦ: ତେଲେଙ୍ଗାନାର ଗୋଟାଏ ଗାଁରେ ଅଜ୍ଞାତ ଆକ୍ରମଣକାରୀମାନେ ୨୧ଟି ବୁଲା କୁକୁରଙ୍କୁ ଗୁଳି ମାରି ହତ୍ୟା କରିଥିବା ଘଟଣାର ତଦନ୍ତ ଆରମ୍ଭ କରିଥିବା କଥା ପୁଲିସ କହିଛି । ଏହି ଗୁଳିକାଣ୍ଡରେ ସମ୍ପୃକ୍ତ କୌଣସି ଦୁର୍ବୃତ୍ତଙ୍କୁ ଏଯାବତ୍ ଚିହ୍ନଟ କରାଯାଇ ପାରି ନ ଥିଲେ ମଧ୍ୟ ଅସ୍ତ୍ରଶସ୍ତ୍ର ଆଇନ ଓ ଜୀବ ନିଷ୍ଠୁରତା ଆଇନ ଅନୁଯାୟୀ ‘ଏଫ୍‌ଆଇଆର୍‌’ ପଞ୍ଜିକୃତ କରାଯାଇଛି । ସଂଗୃହୀତ ସୂଚନା ଅନୁସାରେ, ମେହବୁବ୍‌ନଗର ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥଠାରୁ ମାତ୍ର ୨ କିଲୋମିଟର ଦୂର ଗାଁ ପୋନ୍ନକଲ୍‌ରେ ଏହି ଘଟଣା ଘଟିଛି । ଅଜ୍ଞାତ ଆତତାୟୀମାନେ ଆଗ୍ନେୟାସ୍ତ୍ର ବା ବନ୍ଧୁକଦ୍ୱାରା କୁକୁରମାନଙ୍କୁ ହତ୍ୟା କରିଛନ୍ତି । ଏହାଛଡ଼ା, ଗୁଳିଚୋଟରେ ଆଉ କେତେକ କୁକୁର ମଧ୍ୟ ଆହତ ହୋଇଛନ୍ତି । ପଶୁ ପାଳନ ବିଭାଗ ମୃତ କୁକୁରମାନଙ୍କର ଶବ ବ୍ୟବଚ୍ଛେଦ କରିଛି ।

ଅଡ୍ଡାକଲ୍ ପୁଲିସ ସବ୍‌-ଇନ୍‌ସ୍‌ପେକ୍ଟର ଶ୍ରୀନିବାସ ସନ୍ଦେହ କରିଛନ୍ତି ଯେ, କୁକୁରମାନଙ୍କୁ ବିଷ ଦିଆଯାଇ ଅତି ନିକଟରୁ ଗୁଳି ମାରି ହତ୍ୟା କରାଯାଇଛି । ସମ୍ଭବତଃ ଦେଶୀ ବନ୍ଧୁକରୁ ଗୁଳି ଚାଳନା କରାଯାଇଛି । ଦୁଇଟି କୁକୁରଙ୍କ ଦେହରେ ଗୁଳି ବାଜି ନ ଥିଲେ ବି ସେମାନଙ୍କର ମୃତ୍ୟୁ ଘଟିଛି । କିନ୍ତୁ, କେଉଁ କାରଣ ପାଇଁ କୁକୁରମାନଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ିନି । ଗାଁ ଓ ରାଜପଥରେ ‘ସିସିଟିଭି’ କ୍ୟାମେରା ଲାଗି ନ ଥିବାରୁ ଏହି ଘଟଣା ତଦନ୍ତ କରିବାରେ ଅସୁବିଧା ହେଉଛି । ତେଣୁ, ‘ସିସିଟିଭି’ କ୍ୟାମେରା ଲଗାଇବା ଲାଗି ସରକାରୀ କର୍ତ୍ତୃପକ୍ଷମାନେ ପ୍ରାରମ୍ଭିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଘଟଣାସ୍ଥଳରୁ ମିଳିଥିବା ଖାଲି କ୍ୟାଟ୍ରିଜ୍ ସମେତ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ ପାଇଁ ‘କ୍ଲୁ ଟିମ୍‌’ ମୁତୟନ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button