ଦେଶ

ପରା ସ୍ତ୍ରୀ ସହ ଖରାପ ସମ୍ପର୍କ ରଖିବା ପଡିଲା ମହଙ୍ଗା, ପ୍ରେମିକା ସହ ଯାଇଥିଲେ OYO ଧାରିଦେଲା ପତ୍ନୀ

ପ୍ରେମ କରି ଫସିଲେ ପୋଲିସ ବାବୁ। ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ପୋଲିସ ଅଧିକାରୀଙ୍କୁ ପରକୀୟା ପ୍ରିତି ମହଙ୍ଗା ପଡ଼ିଛି। ଅଧିକାରୀଙ୍କ ପରକୀୟାପ୍ରିତି ଧରାପଡ଼ିବା ପରେ ଡେପୁଟି ଏସ୍‌ପି ରାଙ୍କରୁ ସିଧାସଳଖ ସେ କନଷ୍ଟେବଳକୁ ଖସି ଆସିଛନ୍ତି। ଉକ୍ତ ପୋଲିସ ଅଧିକାରୀଙ୍କ ନାମ କ୍ରିପା ଶଙ୍କର କନୌଜିଆ ବୋଲି ଜଣାପଡ଼ିଛି। ପୋଲିସ ଅଧିକାରୀ କ୍ରିପା ଶଙ୍କର କନୌଜିଆ।

୨୦୨୧ ଜୁଲାଇ ୬ ତାରିଖରେ ପାରିବାରିକ କାରଣ ଦର୍ଶାଇ ଉନ୍ନାଓ ଏସ୍‌ପିଙ୍କ ଠାରୁ ଛୁଟି ମାଗିଥିଲେ। କିନ୍ତୁ ଛୁଟି ମଞ୍ଜୁର ହେବା ପରେ ଘରକୁ ଯିବା ପରିବର୍ତ୍ତେ ସେ ଅନ୍ୟତ୍ର ଚାଲି ଯାଇଥିଲେ। ସେ କାନପୁରର ଏକ ହୋଟେଲରେ ଚେକ୍‌ ଇନ୍‌ କରିଥିଲେ।

ତାଙ୍କ ସହିତ ଜଣେ ମହିଳା କନଷ୍ଟେବଳ ମଧ୍ୟ ଥିଲେ। ଏହି ସମୟ ମଧ୍ୟରେ ସେ ଉଭୟ ବ୍ୟକ୍ତିଗତ ଏବଂ ସରକାରୀ ମୋବାଇଲ ନମ୍ବର ବନ୍ଦ କରିଦେଇଥିଲେ। ତାଙ୍କର ଦୁଇଟି ଯାକ ନମ୍ବର ବନ୍ଦ ଥିବାରୁ ଚିନ୍ତାରେ ପଡ଼ିଥିଲେ ତାଙ୍କ ସ୍ତ୍ରୀ। ଏହାପରେ ଚିନ୍ତିତ ପତ୍ନୀ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ଛୁଟି ନେଇ ଘରକୁ ଯାଇଛନ୍ତି।

जाना चाहते हो अपने Girlfriend को लेकर OYO Hotel तो जान लीजिए इसकी फुलफॉर्म

କିନ୍ତୁ ଦୀର୍ଘ ସମୟ ପରେ ବି ସେ ପହଞ୍ଚି ନଥିବାରୁ ତାଙ୍କ ଚିନ୍ତା ଆହୁରି ବଢ଼ି ଯାଇଥିଲା। ଏହା ପରେ ସେ ଏନେଇ ଉନ୍ନାଓ ଏସପିଙ୍କୁ ଭେଟି ସ୍ୱାମୀଙ୍କୁ ଖୋଜିବା ପାଇଁ ସାହାଯ୍ୟ ମାଗିଥିଲେ। ପରେ ଏସ୍‌ପି ତାଙ୍କ କ୍ରିପା ଶଙ୍କରଙ୍କ ମୋବାଇଲ ନମ୍ବର ଟ୍ରେସ୍‌ କରିବାକୁ ଆଦେଶ ଦେଇଥିଲେ। ପରେ ସେ ହୋଟେଲରେ ଥିବା ଜଣାପଡ଼ିଥିଲା। ଏହାପରେ ପୋଲିସ ସେଠାରେ ପହଞ୍ଚିଥିଲା।

ତଲାସି ବେଳେ ସିସିଟିଭି ଫୁଟେଜରେ ନଜର ଆସିଥିଲେ ନିଜ ପ୍ରେମିକା ସହ ନଜର ଆସିଥିଲେ ପୋଲିସ ବାବୁ। ଏହାପରେ ଜଣେ ମହିଳା କର୍ମଚାରୀଙ୍କ ସହ ହୋଟେଲ ରୁମ୍‌ରୁ କ୍ରିପା ଶଙ୍କରଙ୍କୁ ଧରା ହୋଇଥିଲା। ଏହି ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ସମଗ୍ର ମାମଲାର ସମୀକ୍ଷା କରି କ୍ରିପା ଶଙ୍କର କାନୌଜିଆଙ୍କୁ ସର୍କଲ ଅଫିସରରୁ ପୁଣି ଥରେ କନଷ୍ଟେବଳ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉନ୍ନାଓରେ ବିଘାପୁରର ସିଓ ଥିବା କ୍ରିପା ଶଙ୍କର କାନୌଜିଆଙ୍କୁ ବର୍ତ୍ତମାନ କନଷ୍ଟେବଳ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button