ଦେଶ

ଗାଜା ଅଧିକାର ଗୁରୁତର ତ୍ରୁଟି ହେବ; କିନ୍ତୁ, ଇସ୍ରାଏଲ୍‌କୁ ହମାସ୍‌ ଆକ୍ରମଣର ପ୍ରତିଶୋଧ ନେବାକୁ ପଡ଼ିବ: ଜୋ ବାଇଡେନ୍‌ – Ibnodisha

[ad_1]

ୱାସିଂଟନ୍‌ : ଗାଜା ଅଧିକାର କରିବା ଇସ୍ରାଏଲ୍‌ ପ‌କ୍ଷରେ ଗୁରୁତର ତ୍ରୁଟି ହେବ, କିନ୍ତୁ ପ୍ରତି-ଆକ୍ରମଣ କରି ତାକୁ ହମାସ୍‌ ଉପରେ ପ୍ରତିଶୋଧ ନେବାକୁ ପଡ଼ିବ ବୋଲି ରବିବାର ଦିନ ପ୍ରସାରିତ ଏକ ସାକ୍ଷାତ୍‌କାରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଗତ ସପ୍ତାହରେ ହମାସ କରିଥିବା ଅତର୍କିତ ଆକ୍ରମଣକୁ ରାଷ୍ଟ୍ରପତି ବାଇଡେନ୍‌ ପୂର୍ବରୁ ନରସଂହାର ସହିତ ତୁଳନା କରିଥିଲେ। ଗାଜାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବା ପ୍ରସଙ୍ଗରେ ସେ ଏକମତ କି ବୋଲି ଟେଲିଭିଜନ୍‌ କାର୍ଯ୍ୟକ୍ରମ ’୬୦ ମିନିଟ୍’ରେ ପଚରାଯିବାରୁ ବାଇଡେନ୍‌ କହିଲେ, ଯୁଦ୍ଧର ନୀତିନିୟମ ଅନୁଯାୟୀ ଇସ୍ରାଏଲ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବ‌ୋଲି ମୋର ହୃଦ୍‌ବୋଧ ହେଉଛି। ସେହିପରି, ଗାଜାରେ ଥିବା ନିରୀହ ଜନତାଙ୍କୁ ଔଷଧ, ଖାଦ୍ୟ ଓ ପାନୀୟ  ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ହେବା ଉଚିତ। ଗାଜାକୁ ଉପରୋକ୍ତ ସହାୟତା ଯୋଗାଇ ଦେବାକୁ ନିବେଦନ କରିବା ସହିତ ଯୁଦ୍ଧ ଲାଗିଥିବା ଅଞ୍ଚଳରୁ ସାଧାରଣ ନାଗରିକମାନଙ୍କ ସ୍ଥାନାନ୍ତରଣ ନିମନ୍ତେ ‘ହ୍ୟୁମାନ୍‌ କରିଡର୍‌’ ସ୍ଥାପନା ସପକ୍ଷରେ ବାଇଡେନ୍‌ ମତ ଦେଇଛନ୍ତି। ସ୍ପଷ୍ଟୀକରଣ ଦେଇ ବାଇଡେନ୍‌ କହିଛନ୍ତି‌ ଯେ, ଇସ୍ରାଏଲ୍‌ରେ ହମାସ୍ ଆତଙ୍କବାଦୀମାନେ କରିଥିବା ଆକ୍ରମଣ ସହିତ ଇରାନ୍‌ର ସମ୍ପର୍କ ଥିବା ବିଷୟରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ। ଏ ସଂକ୍ରାନ୍ତରେ ତାଙ୍କ ପ୍ରଶାସନ ଗୁଇନ୍ଦା ତଥ୍ୟାବଳି ସଂଗ୍ରହ କରୁଛି। ସୂଚନାଯୋଗ୍ୟ, ଇସ୍ରାଏଲ୍‌-ହମାସ ଯୁଦ୍ଧରେ ମୃତ୍ୟୁସଂଖ୍ୟା ଉଲ୍ଲେଖଯୋଗ୍ୟ ସଂଖ୍ୟାରେ ବୃଦ୍ଧି ପାଉଛି। ସୋମବାର ସୁଦ୍ଧା ଉଭୟ ପକ୍ଷରୁ ମୃତ୍ୟୁସଂଖ୍ୟା ପ୍ରାୟ ୪୦୦୦ ଟପିଯାଇଥିବା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ସବୁ ରିପୋର୍ଟ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button