ଦେଶ

ଆପଣ ଖାଉଥିବା ମସଲା ଗୁଣ୍ଡ ଅସଲି କି ନକଲି କେମିତି ଜାଣିବେ? ଘରୋଇ ଉପାୟରେ ଏମିତି କରନ୍ତୁ ପରୀକ୍ଷା

ବର୍ତ୍ତମାନ ହୁଏ ତ ବଜାରରେ ଏମିତି କିଛି ଜିନିଷ ବାକି ନାହିଁ ଯେଉଁଥିରେ ଭେଜାଲ ମିଶୁ ନାହିଁ । ମସଲା , ଡାଲି ଠାରୁ ଆରମ୍ଭ କରି କ୍ଷୀର ଜାତୀୟ ଖାଦ୍ୟ ପଦାର୍ଥ , ପନିପରିବା , ଫଳମୂଳ ମଧ୍ୟ ଏଥିରୁ ବାଦ୍ ପଡି ନାହିଁ ।

ତେବେ ଆମେ ଆଜି ଆପଣଙ୍କୁ ମସଲା ବିଷୟରେ କହିବାକୁ ଯାଉଛୁ । ଆଜିକାଲି ବଜାରରେ ସମସ୍ତ ପ୍ରକାରର ମସଲା ଗୁଣ୍ଡ ଉପଲବ୍ଧ ରହିଛି । ତେବେ ଜାଣନ୍ତୁ କେତେକ ଉପାୟ ଯାହା ଦ୍ଵାରା ଆପଣ ମସଲା ନକଲି କିମ୍ବା ଅସଲି ତାହା ଜାଣି ପାରିବେ ।

A

ଲଙ୍କାଗୁଣ୍ଡ : 

ଲଙ୍କାଗୁଣ୍ଡ ସର୍ବାଧିକ ବ୍ୟବହାର କରା ଯାଉଥିବା ମସଲା ଅଟେ । ତେବେ ଏହା ଅସଲି କିମ୍ବା ନକଲି ଜାଣିବା ପାଇଁ ଏକ ଚାମଚ ଲଙ୍କା ଗୁଣ୍ଡ ନେଇ ଗୋଟେ ଗ୍ଲାସ୍ ପାଣିରେ ପକାନ୍ତୁ । ଯଦି ଏହା ଦ୍ଵାରା ଗ୍ଲାସ୍ ପାଣିର ରଙ୍ଗରେ କୌଣସି ପରିବର୍ତ୍ତନ ଆସେ ତେବେ ଏହା ନକଲି ଅଟେ ।

ହଳଦୀ ଗୁଣ୍ଡ :

ଏହାର ଉପାୟ ମଧ୍ୟ ସମାନ ଅଟେ । ଗୋଟେ ଗ୍ଲାସ ପାଣି ନେଇ ସେଥିରେ ଏକ ଚାମଚ ହଳଦୀ ପକାନ୍ତୁ । ଯଦି ଗ୍ଲାସ୍ ପାଣିରେ ଏହା ମିଶି ଯାଏ ଏବଂ ପାଣିର ରଙ୍ଗ ଫିକା ହୋଇଯାଏ ତେବେ ଏହା ଅସଲି ଅଟେ ।

ଗୋଲମରିଚ :

ଏହାକୁ ପାଣିରେ ପକାନ୍ତୁ ଯଦି ଏହା ଭାସେ ତେବେ ଏହା ନକଲି ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button