ଦେଶ

ବରିଷ୍ଠ ନାଗରିକଙ୍କ ପାଇଁ କର୍ଣ୍ଣାଟକରେ ମାସ୍କ ବାଧ୍ୟତାମୂଳକ – Ibnodisha

[ad_1]

ବାଙ୍ଗାଲୋର : ଦେଶରେ ପୁଣି ଲେଉଟିବି କି କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା । ଏ ନେଇ କର୍ଣ୍ଣାଟକ ସରକାର ସତର୍କବାଣୀ ଜାରି କରିଛନ୍ତି। କେରଳରେ କୋଭିଡ୍‌-୧୦ ସଂଖ୍ୟା ବୃଦ୍ଧି ପାଉଥିବାରୁ କର୍ଣ୍ଣାଟକର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଦୀନେଶ ଗୁଣ୍ଡୁ ରାଓ ସୋମବାର ବରିଷ୍ଠ ନାଗରିକ ତଥା ରୋଗୀଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। କେରଳ ଏବଂ ଅନ୍ୟାନ୍ୟ ରାଜ୍ୟରେ କୋଭିଡ -୧୯ ସଂଖ୍ୟା ବୃଦ୍ଧି ପରେ ଏହି ମନ୍ତବ୍ୟ ଦେଇଛନ୍ତିି । କର୍ଣ୍ଣାଟକର କୋଡାଗୁରେ ଏକ ସାମ୍ବାଦିକ ସମ୍ମିଳନୀ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଭୟଭୀତ ହେବାର ଆବଶ୍ୟକତା ନାହିଁ। “ଗତକାଲି ଆମେ ଏକ ବୈଠକ କରିଥିଲୁ ଯେଉଁଠାରେ କେଉଁ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ସେ ବିଷୟରେ ଆଲୋଚନା କରିଥିଲୁ। ଯେଉଁମାନଙ୍କର ବୟସ ୬୦ବର୍ଷରୁ ଅଧିକ ଏବଂ ଯେଉଁମାନଙ୍କର ହୃଦଘାତ ଜନିତ ସମସ୍ୟା ରହିଛି ସେମାନେ ମାସ୍କ ପିନ୍ଧିବା ଜରୁରୀ।”  “ଆମେ ସରକାରୀ ଡାକ୍ତରଖାନାଗୁଡ଼ିକୁ ପ୍ରସ୍ତୁତ ହେବାକୁ କହିଛୁ। କେରଳ ସୀମା ଅଞ୍ଚଳଗୁଡିକ ଅଧିକ ସତର୍କ ରହିବା ଜରୁରୀ। ମାଙ୍ଗାଲୋର, ଚମାନଜନଗର ଏବଂ କୋଡାଗୁ ସତର୍କ ରହିବା ଜରୁରୀ। କାରଣ କୋଭିଡ୍‌-୧୯ ସଂଖ୍ୟା କେରଳ ରାଜ୍ୟରେ ବଢ଼ୁଥିବାରୁ ଯେମିତି ଆଗକୁ ସଂଖ୍ୟା ବୃଦ୍ଧି ନହୁଏ ସେଥିପାଇଁ ପରୀକ୍ଷା ବୃଦ୍ଧି କରାଯିବ। ଯେଉଁମାନଙ୍କର ଶ୍ୱାସକ୍ରିୟା ଜନିତ ସମସ୍ୟା ରହିଛି ସେମାନଙ୍କୁ ବାଧ୍ୟତାମୂଳକ ପରୀକ୍ଷା କରିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଦୀନେଶ ଗୁଣ୍ଡୁ  କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button