ଖେଳ

ଟି-୨୦ ବିଶ୍ୱକପ୍‌ ୨୦୨୪ : ରୋହିତ ସମ୍ଭାଳିବେ ଅଧିନାୟକ ଦାୟିତ୍ୱ – Ibnodisha

[ad_1]

ମୁମ୍ବାଇ  : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଆଇପିଏଲ୍ ୨୦୨୪ । ଏହାପୂର୍ବରୁ ମଙ୍ଗଳବାର ମାନେ ୧୯ ତାରିଖ ଦିନ ଦୁବାଇରେ ହେବାକୁ ଯାଉଛି ଆଇପିଏଲ୍‌ ୨୦୨୪ ପାଇଁ ମିନି ଅକ୍ସନ । ହେଲେ ଏହାପୂର୍ବରୁ ଆଇପିଏଲ୍‌ ପ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସରେ ବଡ଼ଧରଣର ପରିବର୍ତ୍ତନ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ  ଅଧିନାୟକ ପଦ ଦିଆଯାଇଛି । ଯାହାକୁ ନେଉ ଫ୍ୟାନ୍ସମାନେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରତି ଖପ୍ପା ହୋଇଛନ୍ତି । ହେଲେ ଏସବୁ ଭିତରେ ରୋହିତଙ୍କୁ ନେଇ ଆସିଛି ବଡ଼ ଅପ୍‌ଡେଟ୍‌ । ଆଗାମୀ ୨୦୨୪ ଟି-୨୦ ବିଶ୍ୱକପ୍‌ରେ ରୋହିତଙ୍କ ଅଧିନାୟକ ପଦର ଦାୟିତ୍ୱ ଦିଆଯାଇପାରେ । ଏନେଇ ପ୍ରାୟତଃ ଆଲୋଚନା ଶେଷ ହୋଇସାରିଛି । ଖୁବ୍‌ ଶୀଘ୍ର ବୋର୍ଡ କିମ୍ବା ଚୟନ କମିଟି ପକ୍ଷରୁ ଘୋଷଣା କରାଯିବ ।

ଖବର ଅନୁଯାୟୀ, ଗତ ୨୦୨୨ ଟି-୨୦ ବିଶ୍ୱକପ୍‌ରେ ଭାରତ ସେମି ଫାଇନାଲରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା । ଏହାପର ଠାରୁ ରୋହିତ ଶର୍ମା ଏବଂ ବିରାଟ କୋହଲି ଅଧିକାଂଶ ମ୍ୟାଚ୍‌ ଦିନିକିଆ ଏବଂ ଟେଷ୍ଟ ହିଁ ଖେଳୁଥିଲେ । ଏକପ୍ରକାର ଟି-୨୦ କ୍ରିକେଟ୍‌ରେ ଚୟନ କମିଟି ଏବଂ ବୋର୍ଡ ଏହି ଦୁହିଁ ଅଭିଜ୍ଞ ଖେଳାଳିଙ୍କ ବଦଳରେ ନୂଆ ମୁହଁ ଚାହୁଁଥିଲେ । ହେଲେ ନିକଟରେ ଶେଷରେ ହୋଇଥିବା ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ରୋହିତ ଏବଂ ବିରାଟ ଯେଉଁଭଳି ଭାବେ ଖେଳ ପ୍ରଦର୍ଶନ କରିଥିଲେ । ତାହା ଅନ୍ୟ ସବୁ ଖେଳାଳିଙ୍କ ପାଇଁ ସାଜିଥିଲା ଉଦାହରଣ । ଦୁହେଁ ନିଜ କ୍ୟାରୟର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ନିଜର ଟପ୍‌ ଫର୍ମରେ ଅଛନ୍ତି । ଖାସ୍‌ କରି ରୋହିତ ଅଧିନାୟକ ଏବଂ ବିରାଟଙ୍କ ମିଡିଲ ଅର୍ଡରରେ ରକ୍ଷାଣତ୍ମକ ବ୍ୟାଟିଂ, ଟିମ୍‌ ପାଇଁ ଅନେକ ସମୟରେ ଫାଇଦା ହୋଇଥିଲା ।

ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆଗାମୀ ଟି-୨୦ ବିଶ୍ୱକପ୍‌ ଲାଗି ବିସିସିଆଇ ନିଜ ଚିତ୍ର ସ୍ପଷ୍ଟ କରିସାରିଛି । ରୋହିତ ଶର୍ମା ହିଁ ଆଗାମୀ ଟି-୨୦ ବିଶ୍ୱକପ୍‌ରେ ରୋହିତ ଅଧିନାୟକ ଭାବେ ପ୍ରଥମ ପସନ୍ଦ । ତେଣୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଦଳରେ ଅଧିନାୟକ ଯେଉଁ ଖବର ଚର୍ଚ୍ଚା ହେଉଛି । ତାହା ସଂପୂର୍ଣ୍ଣ ମିଛ । ସେହିପରି ବିସିସିଆଇ ବିଶ୍ୱକପ୍‌ରେ ଜଣେ ଅଭିଜ୍ଞ ଖେଳାଳିଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦେବାକୁ ଚାହୁଁଛି । କାହିଁକି ନା ଅଭିଜ୍ଞ ଖେଳାଳି ହିଁ ବିଶ୍ୱକପ୍‌ର ଚାପକୁ ଠିକ୍‌ ଭାବେ  ତୁଲାଇ ପାରେବି । ତେଣୁ ବର୍ତ୍ତମାନ ସ୍ଥିତିରେ ରୋହିତ ଶର୍ମା ହିଁ ଅଧିନାୟକ ଭାବେ ପ୍ରଥମ ପସନ୍ଦ ।

ସୂଚନାଯୋଗ୍ୟ ଯେ, ୨୦୨୩ ଦିନିକିଆ ବିଶ୍ୱକପ୍‌ର ଶେଷ ପରେ ବିସିସିଆଇ ପକ୍ଷରୁ ରିଭ୍ୟୁ ବୈଠକ ବସିଥିଲା । ଏହି ବୈଠକରେ ବୋର୍ଡର ବରିଷ୍ଠ ଅଧିକାରୀ, ଚୟନକର୍ତ୍ତାର ସମସ୍ତ ସଦସ୍ୟ, କୋଚ୍‌ ରାହୁଲ୍‌ ଦ୍ରାବିଡ ଏବଂ ରୋହିତ ଶର୍ମା ଉପସ୍ଥିତ ରହିଥିଲେ । ଯେଉଁଥିରେ ଫାଇନାଲ ମ୍ୟାଚ୍‌ରେ ଟିମ୍‌ର ପରାଜୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିଲା । ଏପିରିକି ଟି-୨୦ ବିଶ୍ୱକପ୍‌ରେ କିପରି ଦଳ ହେବ ? ସେନେଇ ମଧ୍ୟ ଆଲୋଚନା ହୋଇଛି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button