ଦେଶ

ସଂସଦ ସୁରକ୍ଷା ଭଙ୍ଗ ମାମଲା : ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୁଲିସ୍ – Ibnodisha

[ad_1]

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ଭଙ୍ଗ ମାମଲାର ଷଷ୍ଠ ଅଭିଯୁକ୍ତ ମହେଶ କୁମାଓ୍ଵତଙ୍କୁ ଶନିବାର ଦିଲ୍ଲୀ ପୁଲିସ ଗିରଫ କରିଛି। ସେ ମଧ୍ୟ ପୂରା ଷଡ଼ଯନ୍ତ୍ରରେ ସାମିଲ ଥିଲା ବୋଲି ଅଧିକାରୀମାନେ କହିଛନ୍ତି। ଘଣ୍ଟା ଘଣ୍ଟାର ପଚରାଉଚରା ପରେ ମହେଶଙ୍କୁ ଗିରଫ କରାଯାଇଥିଲା। ରାଜସ୍ଥାନର ନାଗୌର ଜିଲ୍ଲାର ମୂଳ ବାସିନ୍ଦା ଅଭିଯୁକ୍ତ ଘଟଣା ଦିନ ଡିସେମ୍ବର ୧୩ ତାରିଖରେ ଦିଲ୍ଲୀ ଆସିଥିଲା।୨୦୦୧ ସଂସଦ ଆତଙ୍କବାଦୀ ଆକ୍ରମଣର ବାର୍ଷିକୀ ଅବସରରେ ବୁଧବାର ଦିନ ଦୁଇ ଜଣ ସାଗର ଶର୍ମା ଓ ମନୋରଂଜନ ଡି. ଶୂନ୍ୟକାଳରେ ଦର୍ଶକ ଗ୍ୟାଲେରୀରୁ ଲୋକସଭା ଭିତରକୁ ଡେଇଁ ହଳଦିଆ ଧୂଆଁ ଛାଡିଥିଲେ । ଏହାକୁ ନେଇ ସାରା ଦେଶରେ ଚହଳ ପଡ଼ିଯାଇଥିଲା ।  ଘଟଣା ପରେ ତୁରନ୍ତ ଉଭୟଙ୍କୁ ଗିରଫ କରାଯାଇଥିଲା। ସେମାନେ ଲୋକସଭାକୁ ଆଣିଥିବା ପମ୍ଫଲେଟ୍ ଗୁଡ଼ିକରେ ତ୍ରିରଙ୍ଗା ପୃଷ୍ଠଭୂମିରେ ମୁଠିର ଚିତ୍ର ଏବଂ ମଣିପୁର ହିଂସା ଉପରେ ହିନ୍ଦୀ ଓ ଇଂରାଜୀରେ ଗୋଟିଏ ଲେଖାଏଁ ସ୍ଲୋଗାନ ରହିଥିଲା। ଠିକ ସେହି ସମୟରେ ସଂସଦ ଭବନ ବାହାରେ ଅମୋଲ ସିନ୍ଦେ ଓ ନୀଲମ ଦେବୀ  ଲାଲ ଓ ହଳଦିଆ ଧୂଆଁ ଛାଡ଼ି ‘ଏକଛତ୍ରବାଦ ଚାଲିବ ନାହିଁ’ ବୋଲି ସ୍ଲୋଗାନ ଦେଇଥିଲେ। ଏହି ୪ ଜଣଙ୍କ ଗିରଫଦାରିର ୨ ଦିନ ପରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଲଲିତ ଝା ଗିରଫ ହୋଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button