ରାଜନୀତି
ଶ୍ରୀମୟୀଙ୍କୁ ଟିକଟ୍ ମିଳିବା ନେଇ ମୁହଁ ଖୋଲିଲେ ପାଟ୍ଟଶାଣୀ : ଦଳ ସେ ଭୁଲ୍ କରିବନ – Ibnodisha

[ad_1]
ଭୁବନେଶ୍ୱର : ଶ୍ରୀମୟୀ ମିଶ୍ରଙ୍କୁ ଅଶୋକ ପଣ୍ଡା ଜିତିଇବାକୁ କହିବା ପ୍ରସଙ୍ଗ । ଅଶୋକଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କଲେ ପ୍ରସନ୍ନ ପାଟ୍ଟଶାଣୀ । ପୂର୍ବତନ ସାଂସଦ ତଥା ବିଜେଡି ଉପସଭାପତି ପାଟ୍ଟଶାଣୀଙ୍କ ମନ୍ତବ୍ୟ । କେତେ ଏମିତି ଆସିବେ ଆଉ ଯିବେ, ଆମେ ଲୋକଙ୍କ ସହ ଅଛୁ । ଲୋକଙ୍କ ସହ ଯିଏ ଥାଏ ତାର ପରାଜୟ ହୁଏନି, ମୁଁ କେବେ ହାରିନି । ମତେ ଟିକେଟ ଦେଇଥିଲେ ମୁଁ ବହୁ ଭୋଟ୍ରେ ଜିତିଥାନ୍ତି । ଯଦି ତାଙ୍କୁ ଟିକେଟ୍ ଦେଲେ ଭଲ କଥା । କିନ୍ତୁ ମୋର ବିଶ୍ୱାସ ଅଛି, ଦଳ ଏ ଭୁଲ୍ କେବେ କରିବନି । ଦଳ ଥରେ ଭୁଲ୍ କରିଥିଲା, ଯେଉଁ ଅବସ୍ଥା ହେଲା ଜାଣିଛ ବୋଲି କହିଲେ ପାଟ୍ଟଶାଣୀ ।
[ad_2]




