ଦେଶ

ଆଜି ତିରୋଧାନ ଦିବସ: ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି – Ibnodisha

[ad_1]

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ ଇନ୍ଦିରା ପ୍ରିୟଦର୍ଶିନୀ ଗାନ୍ଧି। ସେ ୧୯୧୭ ନଭେମ୍ବର ୧୭ ତାରିଖରେ ଆଲ୍ଲାହାବାଦରେ ଜନ୍ମଗ୍ରହଣ କରିଥିଲେ। ପିତା ଜବାହରଲାଲ ନେହରୁ ଦେଶ କାର‌୍ୟ୍ୟରେ ପ୍ରାୟ ସମୟ ବାହାରେ ରହୁଥିବାରୁ ମାତା କମଳାଙ୍କ ପାଖରେ ଇନ୍ଦିରାଙ୍କ ବାଲ୍ୟକାଳ କଟିଥିଲା। ଶାନ୍ତିନିକେତନରେ ପଢୁଥିବା ବେଳେ ମା’ କମଳାଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଇନ୍ଦିରା ବ୍ରିଟେନ୍ ଯାଇ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ଇତିହାସ ଅଧ୍ୟୟନ କରିଥିଲେ। ବାରମ୍ବାର ଅସୁସ୍ଥତା କାରଣରୁ ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିନପାରି ସେ ଭାରତ ଫେରିଥିଲେ। ବ୍ରିଟେନ୍‌ରେ ରହଣି ବେଳେ ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍‌ସରେ ପଢୁଥିବା ଫିରୋଜ ଜହାଙ୍ଗୀର ଗାନ୍ଧୀଙ୍କ ସହ ତାଙ୍କର ସମ୍ପର୍କ ସ୍ଥାପନ ହୋଇଥିଲା ଏବଂ ପରେ ସେ ତାଙ୍କୁ ବିବାହ କରିଥିଲେ। ଇନ୍ଦିରା ପିତା ତଥା ପ୍ରଧାନମନ୍ତ୍ରୀ ନେହରୁଙ୍କୁ ବିଭିନ୍ନ କାର‌୍ୟ୍ୟରେ ସହଯୋଗ କରୁଥିଲେ। ୧୯୫୮ରେ ସେ କଂଗ୍ରେସର ସଭାପତି ହୋଇଥିଲେ।
୧୯୬୪ରେ ନେହରୁଙ୍କ ମୃତ୍ୟୁ ପରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ହୋଇଥିଲେ। ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ସେ ୧୯୬୬ରୁ ୧୯୭୭ ଯାଏ ଦେଶର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିଲେ। ୧୯୭୧ରେ ପାକିସ୍ତାନ ସହ ଯୁଦ୍ଧ କରି ବାଂଲାଦେଶର ମୁକ୍ତିରେ ସହାୟକ ହୋଇଥିଲେ। ୧୯୭୫ରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ସମେତ ବ୍ୟାଙ୍କଗୁଡ଼ିକର ଜାତୀୟକରଣ, ପ୍ରାଦେଶିକ ରାଜାଙ୍କ ହାତପାଣ୍ଠି ଉଚ୍ଛେଦ ଓ ସିକ୍କିମ୍ ମିଶ୍ରଣ ଆଦି ଐତିହାସିକ ପଦକ୍ଷେପ ଗ୍ରହଣ କରିଥିଲେ। ୧୯୭୭ ନିର୍ବାଚନରେ ପରାଜୟ ପରେ ୧୯୮୦ ନିର୍ବାଚନ ଜିଣି ସେ ତୃତୀୟ ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୮୨ ମସିହାରେ ଶିଖ୍ ଉଗ୍ରପନ୍ଥୀମାନଙ୍କୁ ଦମନ କରିବା ପାଇଁ ସେ ଅମୃତସର ମନ୍ଦିରରେ ‘ବ୍ଲୁ ଷ୍ଟାର’ ଅଭିଯାନର ଆଦେଶ ଦେଇଥିଲେ। ଏହା ଶିଖ୍ କଠୋରପନ୍ଥୀମାନଙ୍କୁ କ୍ଷୁବ୍ଧ କରିଥିଲା। ୧୯୮୪ ଅକ୍‌ଟୋବର ୩୧ରେ ସେ କାର‌୍ୟ୍ୟାଳୟକୁ ବାହାରି ଥିବାବେଳେ ତାଙ୍କର ଦୁଇ ଶିଖ୍ ଦେହରକ୍ଷୀ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button