ଗାଜାର ସଂସଦକୁ କବ୍ଜା କଲା ଇସ୍ରାଏଲ ସେନା – Ibnodisha

[ad_1]
ବ୍ୟୁରୋ : ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ। ଲଗାତର ୩୯ ଦିନରେ ଏହି ଯୁଦ୍ଧ ପହଞ୍ଚି ସାରିଥିଲେ ସୁଦ୍ଧା କେହି ଥମିବାର ନାଁ ଧରୁନାହାନ୍ତି। ରକ୍ତମୁଖା ହୋଇଛି ଇସ୍ରାଏଲ୍ ସେନା। ପ୍ରତିଶୋଧ ନେବାକୁ ଯାଇ ଗାଜା ଭିତରେ ପଶି ଧ୍ୱଂସଲୀଳା ରଚିଛି ଆଇଡିଏଫ୍। ଏହାରି ଭିତରେ ଇସ୍ରାଏଲ୍ ସେନା ଗାଜା ସଂସଦକୁ କବ୍ଜା କରିନେଇଥିବା ଚର୍ଚ୍ଚା ହେଉଛି। ଗାଜା ସଂସଦରେ ପଶିଛନ୍ତି ଇସ୍ରାଏଲ ସେନା। ଏପରିକି ବାଚସ୍ପତି ଚୌକିରେ ଆଇଡିଏଫ୍ର ଯବାନମାନେ ବସିଛନ୍ତି। ସାମ୍ନାକୁ ଆସିଥିବା ଏକ ଫଟୋରେ କିଛି ଏଭଳି ଚିତ୍ର ଦେଖିବାକୁ ମିଳିଛି। ଏହି ଫଟୋକୁ ଆଇଡିଏଫ୍ ଜାରି କରିଛି। ଗାଜାର ସଂସଦକୁ ଇସ୍ରାଏଲ୍ ସେନା କବ୍ଜା କରିନେଇଥିବା କୁହାଯାଉଛି।ପାଲେଷ୍ଟାଇନ୍ ଷ୍ଟଡିଜ୍ ଫୋରମ୍ର ପ୍ରମୁଖ ମାଇକଲ ମିଲ୍ଷ୍ଟିନ୍ ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ଦୁଇଟି ଫଟୋ ସେଆର କରିଛନ୍ତି। ଏଥିରେ କ୍ୟାପସନ୍ରେ ‘ଗାଜା ସହରର ମଧ୍ୟ ଭାଗରେ ଥିବା ବିଧାନ ପରିଷଦ ତଥା ସଂସଦ ବିଲ୍ଡିଂ’ ଲେଖା ଅଛି। ଗାଜାର ସଂସଦ ଭବନ ଭିତରେ ଆଇଡିଏଫର ଗୋଲାନି ବ୍ରିଗେଡ ଉପସ୍ଥିତ ଅଛନ୍ତି ଏବଂ ସେମାନେ ନିଜ ଦେଶର ପତାକା ଉତ୍ତୋଳନ କରିଥିବା ଫଟୋରେ ଦେଖିବାକୁ ମିଳିଛି।ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ ଅନୁଯାୟୀ, ପାଲେଷ୍ଟାଇନ ବିଧାନ ପରିଷଦ ବିଲ୍ଡିଂ ୨୦୦୭ରୁ ହମାସ ଅଧୀନରେ ଥିଲା। ବର୍ତ୍ତମାନ ଏହା ଇସ୍ରାଏଲ ସେନାଙ୍କ ଅଧୀନକୁ ଆସିଛି। ଗାଜାରେ ଇସ୍ରାଏଲ ସେନା ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ହେତୁ ଗାଜାରେ ଏପର୍ଯ୍ୟନ୍ତ ୨୩ଲକ୍ଷ ଲୋକଙ୍କୁ ନିଜ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ପଡିବ। ଅକ୍ଟୋବର ୭ରୁ ଚାଲିଆସୁଥିବା ଏହି ଯୁଦ୍ଧରେ ୧୧,୦୦୦ରୁ ଅଧିକ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି। ଇସ୍ରାଏଲ କହିଛି ଯେ ସେନା ସବୁ ଦିଗରୁ ଗାଜା ସହରକୁ ଘେରି ରହିଛି।
[ad_2]




