ଛୁରୀଭୂଷି ପ୍ରେମିକଙ୍କୁ କରିଥିଲେ ହତ୍ୟା; ହେଲେ କୋର୍ଟ ଶୁଣାଇଲେ ଏହିପରି ରାୟ…. – Ibnodisha
[ad_1]
କାଲିଫର୍ନିଆ : କୌଣସି ମାମଲା କୋର୍ଟରେ ପହଞ୍ଚିବା ପରେ ବିଚାରପତି ଅପରାଧିଙ୍କୁ ଦଣ୍ଡ ବିଧାନ କରିଥାନ୍ତି । ଗୁରୁତର ଅପରାଧୀଙ୍କୁ ଆଜୀବନ କିମ୍ବା ଜରିମାନା ଦଣ୍ଡାଦେଶ ହୋଇଥାଏ । ବେଳେବେଳେ ଅନେକ ଅପରାଧୀମାନେ ଗୁରୁତର ଅପରାଧ କରିବା ସତ୍ତ୍ୱେ ଆଇନ ଆଗରେ ଯୁକ୍ତି ଉପସ୍ଥାପନ ନ ହେବା କାରଣରୁ ମୁକୁଳି ଯାଆନ୍ତି । ତେବେ ନିକଟରେ ଏପରି ଏକ ମାମଲା ହୋଇଛି ଯେଉଁଠାରେ ଜଣେ ମହିଳା ନିଜ ପ୍ରେମିକକୁ ୧୦୮ ଥର ଛୁରୀ ଭୂଷି ହତ୍ୟା ହୋଇଥିଲେ ମଧ୍ୟ କୋର୍ଟ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲେ ।
ଆମେରିକାର କାଲିଫର୍ନିଆରେ ଏପରି ଏହି ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଭେଣ୍ଟୁରା କାଉଣ୍ଟି ସୁପିରିଅର ମହିଳାଙ୍କ ଅପରାଧଙ୍କୁ ସମ୍ପୂର୍ଣ୍ଣ ରୂପେ ଛାଡ କରିଛନ୍ତି । ଯିଏ ତାଙ୍କ ପ୍ରେମିକକୁ ଯନ୍ତ୍ରଣାଦାୟକ ମୃତ୍ୟୁ ଦେଇଥିଲେ । ସୂଚନାଯୋଗ୍ୟ, ୨୦୧୮ରେ, ବ୍ରାଇନ ନାମକ ଜଣେ ମହିଳା ତାଙ୍କ ପ୍ରେମିକ ଚାଡ ଓ’ମେଲିଆଙ୍କୁ ୧୦୮ ଥର ଛୁରୀଭୂଷି ହତ୍ୟା କରିଥିଲେ । ହତ୍ୟା କରିବା ସମୟରେ ସେ ଗଞ୍ଜେଇ ପ୍ରଭାବରେ ଥିଲେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଜଜ ତାଙ୍କୁ ପ୍ରଥମେ ଚାରି ବର୍ଷ ଦଣ୍ଡିତ କରିଥିଲେ, କିନ୍ତୁ ପରେ ତାଙ୍କୁ କ୍ଷମା କରିଦେଇଥିଲେ । ଶୁଣାଣି ସମୟରେ କୋର୍ଟ କହିଥିଲେ, ହତ୍ୟା ସମୟରେ ସେ ନିଶା ଔଷଧର ସଂସ୍ପର୍ଶରେ ଥିଲେ । ସେ ଏପରି ନିଶା କବଳରେ ଥିଲେ ଯେ ନିଜ ବେକରେ ମଧ୍ୟ ଛୁରୀ ଲଗାଇ ଦେଇଥିଲେ ।
[ad_2]