ଦେଶ

ପ୍ରଧାନମନ୍ତ୍ରୀ ସ୍ବାମୀଙ୍କ ତୁଳନାରେ ପତ୍ନୀ ଅକ୍ଷତାଙ୍କ ସଂପତ୍ତି ଅଧିକ – Ibnodisha

[ad_1]

ନୂଆଦିଲ୍ଲୀ: ଜି୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ ଅବସରରେ ବିଭିନ୍ନ ଦେଶର ନେତାମାନେ ଆସି ପହଞ୍ଚିଥିଲେ। ଏହି କ୍ରମରେ ବ୍ରିଟିସ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହିତ ତାଙ୍କ ପତ୍ନୀ ତଥା ଇନଫୋସିସର ସହ-ପ୍ରତିଷ୍ଠାତା ଏନ୍‌ଆର୍ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ବି ଆସି ଦିଲ୍ଲୀରେ ପହଞ୍ଚିଥିଲେ। ଭାରତଗସ୍ତରେ ଆସିଥିବା ସୁନକ ଓ ଅକ୍ଷତାଙ୍କ ଯୋଡ଼ି ଖୁବ ଚର୍ଚ୍ଚାରେ ରହିଛି।

ବ୍ରିଟିସ ପ୍ରଧାନମନ୍ତ୍ରୀ ଋଷି ସୁନକ ଓ ତାଙ୍କ ପତ୍ନୀ ଅକ୍ଷତାଙ୍କ ବିଭିନ୍ନ ଯୁଗଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବିମାନରେ ଅକ୍ଷତା ମୂର୍ତ୍ତି ସ୍ବାମୀ ସୁନକଙ୍କ ଟାଇ ବାନ୍ଧିବାଠାରୁ ଆରମ୍ଭ କରି ବର୍ଷାରେ ମନ୍ଦିରକୁ ଯିବା ସମୟରେ ଏକ ଲାଲ୍ ଛତା ତଳେ ଏକାଠି ଯିବା ପର୍ଯ୍ୟନ୍ତ ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ ଅବସରରେ ବ୍ରିଟିସ ପ୍ରଧାନମନ୍ତ୍ରୀ ଦମ୍ପତିଙ୍କ ଫଟୋ ବେଶ୍ ଆକର୍ଷଣୀୟ ଥିଲା। ଭାରତରେ ପହଞ୍ଚିବା ପରେ ଅକ୍ଷତା ତାଙ୍କ ପୋଷାକ ପରିଧାନରେ ଭାରତୀୟ ସଂସ୍କୃତିକୁ ଆପଣାଇ ନେଇଥିଲେ। ଯାହାକି ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥିଲା।

ଏହି ଯୋଡ଼ି ଜି୨୦ ଶିଖର ସମ୍ମିଳନୀରେ ସବୁଠାରୁ ଧନୀ ଯୋଡ଼ି ରହିଥିଲେ। ଏହି ଦମ୍ପତ୍ତିଙ୍କ ସମୁଦାୟ ସମ୍ପତ୍ତି ମୂଲ୍ୟ ୬୭୩୩କୋଟି ଟଙ୍କା ଥିବା ବେଳେ ଅକ୍ଷତାଙ୍କ ନେଟୱର୍ଥ(ସମୁଦାୟ ସମ୍ପତ୍ତି) ସ୍ବାମୀଙ୍କ ଠାରୁ ଅଧିକ ରହିଥିବା ‌ଫୋବର୍ସର ଏକ ରିପୋର୍ଟରୁ ପ୍ରକାଶ ପାଇଛି। ଏହା ସତ୍ତ୍ବେ ବି ସ୍ବାମୀ ତଥା ବ୍ରିଟିସ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପ୍ରତି ଅକ୍ଷତାଙ୍କ ଭଲ ପାଇବା ଓ ନମ୍ର ବ୍ୟବହାରକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି।

ଅକ୍ଷତା ପ୍ରମୁଖ ଆଇଟି କମ୍ପାନି ଇନଫୋସିସର ସହ-ପ୍ରତିଷ୍ଠାତା ଏନ୍‌ଆର୍ ନାରାୟଣ ମୂର୍ତ୍ତିଙ୍କ ଝିଅ। ତେଣୁ ଗତବର୍ଷ ପର୍ଯ୍ୟନ୍ତ ଇନଫୋସିସରେ ତାଙ୍କର ୦.୯୩ ପ୍ରତିଶତ ଭାଗ ଥିଲା।  ଫୋବର୍ସ ଅନୁସାରେ ତାଙ୍କର ସମୁଦାୟ ସମ୍ପତ୍ତି ୫୯୪୩ ‌କୋଟି ଟଙ୍କା ରହିଛି।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button