ଦେଶ

ଜିମରେ ଜଗି ବସିଥିଲା ଯମ, ଟ୍ରେଡମିଲରେ ପାଦ ଦେଉଦେଉ ଉଡ଼ିଗଲା ଯୁବକଙ୍କ ପ୍ରାଣବାୟୁ – Ibnodisha

[ad_1]

ନୂଆଦିଲ୍ଲୀ: ଗାଜିଆବାଦର ସରସ୍ୱତୀ ବିହାର ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜିମରେ ଟ୍ରେଡମିଲରେ ଦୌଡ଼ୁଥିବା ବେଳେ ଗତଶନିବାର​​ ଜଣେ ଯୁବକଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ଏହି ଦୁଃଖ ଘଟଣାର ଏକ ଭିଡିଓ ଜିମରେ ଲାଗିଥିବା ସିସିଟିଭି‌ରେ କୈଦ ହୋଇଯାଇଥିଲା। ପରେ ଏହା ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଭାଇରାଲ ହୋଇଯାଇଛି।

ଇନ୍ଦିରାପୁରମର ଏସିପି ଏହି ଘଟଣାକୁ ନେଇ କହିଛନ୍ତି, ‘ଗାଜିଆବାଦର ଖୋଡା ପୁଲିସ ଷ୍ଟେସନ ପରିସରରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ସିଦ୍ଧାର୍ଥ କୁମାର। ଯିଏକି ସରସ୍ୱତୀ ବିହାର ଅଞ୍ଚଳରେ ନିଜ ପରିବାର ସହିତ ବସବାସ କରୁଥିଲେ। ସିଦ୍ଧାର୍ଥ ବ୍ୟାୟାମ କରିବା ପାଇଁ ତାଙ୍କ ଘର ନିକଟରେ ଥିବା ଏକ ଜିମକୁ ଯାଇଥିଲେ ।

ପ୍ରତ୍ୟେକ ଦିନ ଭଳି ସିଦ୍ଧାର୍ଥ ଗତଶନିବାର ମଧ୍ୟ ଜିମ୍ ଯାଇଥିଲେ। ଜିମର ଟ୍ରେଡମିଲରେ ଗୋଡ଼ ଦେଉଦେଉ ହଠାତ୍ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ଦୁଇଜଣ ତାଙ୍କ ନିକଟକୁ ଯାଇ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ଆଉ ଉଠି ନଥିଲେ। ହସ୍ପିଟାଲ ନେବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସିଦ୍ଧାର୍ଥଙ୍କ ମୃତ୍ୟୁ ହୃଦଘାତରୁ ହୋଇଛି ବୋଲି ଡାକ୍ତର ସୂଚନା ଦେଇଥି‌ଲେ। ଶବ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ସିଦ୍ଧାର୍ଥଙ୍କ ମୃତଦେହ ହସ୍ତାନ୍ତର କରି ଦିଆଯାଇଥିଲା।

ସିଦ୍ଧାର୍ଥଙ୍କ ପରିବାର ସଦସ୍ୟ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ଆମ ନିକଟରେ କୌଣସି ଅଭିଯୋଗ କରିନାହାଁନ୍ତି। ଯଦି ସେମାନେ ଅଭିଯୋଗ କରନ୍ତି ତେବେ ଆମେ ଏହାର ଅନୁସନ୍ଧାନ କରିବୁ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button