ଦେଶ
ମଡେଲ୍ ସୁଇସାଇଡ୍ ମାମଲା; ଅଭିଷେକ ଶର୍ମାାଙ୍କୁ ୫ ଘଣ୍ଟା ଜେରା – Ibnodisha

[ad_1]
ସୁରତ: ସୁରତର ମଡ଼େଲ୍ ତାନିୟା ସିଂହ ସୁଇସାଇଡ୍ ମାମଲାରେ ସ୍ଥାନୀୟ ପୁଲିସ ମଙ୍ଗଳବାର ସନ୍ରାଇଜର୍ସ ହାଇଦ୍ରାବାଦ ଖେଳାଳି ଅଭିଷେକ ଶର୍ମାଙ୍କୁ ପାଞ୍ଚଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା କରିଛି । ଏହି ଅବସରରେ ଦୁହିଁଙ୍କ ଫଟୋ ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା । ୨୩ ବର୍ଷୀୟ ଅଭିଷେକ ବୟାନ ରେକର୍ଡ କରାଇବା ପାଇଁ ମଙ୍ଗଳବାର ସକାଳେ ଭେସୁ ଥାନାରେ ପହଞ୍ଚିଥିଲେ । ପଚରା ଉଚରା ପରେ ସେ କହିଛନ୍ତି, ପୁଲିସ ମୋତେ ଡକାଇଥିଲା ଏବଂ ମୁଁ ମୋ ବୟାନ ରେକର୍ଡ କରାଇଛି । ସୂତ୍ରରୁ ଅନୁସାରେ ଅଭିଷେକ ସନ୍ଧ୍ୟା ପର୍ଯ୍ୟନ୍ତ ଭେସୁ ଥାନାରେ ରହିଥିଲେ । ଏହି ଅବସରରେ ତାଙ୍କୁ ଉଭୟଙ୍କ ସମ୍ପର୍କ ବ୍ୟତୀତ ବହୁ ପ୍ରକାର ପ୍ରଶ୍ନ କରାଯାଇଛି । ସୂଚନାଯୋଗ୍ୟ, ଫେବୃଆରୀ ୧୯ ତାରିଖ ରାତିରେ ସୁରତର ମଡେଲ୍ ଓ ଫେଶନ୍ ଡିଜାଇନର୍ ତାନିୟା ସିଂହ ନିଜ ଘରେ ସୁଇସାଇଡ୍ କରିଥିଲେ ।
[ad_2]




