ଦେଶ

କମୁନି ଚାଷୀ ଆନ୍ଦୋଳନ : ରେଳ ସେବା ବାଧାପ୍ରାପ୍ତ – Ibnodisha

[ad_1]

ନୂଆଦିଲ୍ଲୀ: କମୁନି ଚାଷୀ ଆନ୍ଦୋଳନ। ସେପଟେ ଦିଲ୍ଲୀରେ କିଭଳି ଅଧିକରୁ ଅଧିକ କୃଷକ ପହଞ୍ଚି ନପାରିବେ ସେ ନେଇ ସରକାର ଦିଲ୍ଲୀର ସମସ୍ତ ସୀମାକୁ କଡା ସୁରକ୍ଷାର ସହ ସିଲ୍ କରିଦେଇଛନ୍ତି । ସରକାରଙ୍କ ଏଭଳି ପଦକ୍ଷେପ ପରେ ପଞ୍ଜାବରେ କୃଷକମାନେ ରେଳସେବା ଠପ୍ କରିଦେଇଛନ୍ତି । ଆନ୍ଦୋଳନରତ କୃଷକମାନେ ପଞ୍ଜାବର ବିଭିନ୍ନ ରେଳ ଲାଇନ ଉପରେ ବସି ରେଳ ସେବା ଠପ୍ କରିଦେଇଛନ୍ତି। ସେପଟେ ଦିଲ୍ଲୀର ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ହରିଆଣା ସୀମାରେ ପୁଲିସ ବ୍ୟତୀତ ଅର୍ଦ୍ଧସାମରିକ ବଳ ମଧ୍ୟ ନିୟୋଜିତ କରାଯାଇଛି । ସବୁଠାରୁ ବଡ଼ ଖବର କି, ଏଠାରେ ନିୟୋଜିତ ହୋଇଥିବା ବିଏସଏଫ ଯବାନଙ୍କ ମଧ୍ୟରୁ ୧୧ ଜଣ ଅସୁସ୍ଥ ହୋଇପଡିଛନ୍ତି। ଉ‌ଲ୍ଲେଖଯୋଗ୍ୟ, ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଂଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିସକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button