ଦେଶ

ବ୍ୟାନର୍‌ ଲାଗିବନି, ଚା ମଧ୍ୟ ଦିଆଯିବନି: ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଗଡ଼କରୀଙ୍କ ରଣନୀତି – Ibnodisha

[ad_1]

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପ୍ରଚାର ନିମନ୍ତେ ତାଙ୍କ ନିର୍ବାଚନ ମଣ୍ଡଳୀ ନାଗପୁରରେ ତାଙ୍କର କୌଣସି ବ୍ୟାନର୍‌ କି, ପୋଷ୍ଟର୍‌ ଲାଗିବ ନାହିଁ ଏବଂ ଜନସାଧରଣଙ୍କୁ ଚା ମଧ୍ୟ ପିଆଇବେ ନାହିଁ ବୋଲି ଶୁକ୍ରବାର ଦିନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ତଥା ବରିଷ୍ଠ ‘ବିଜେପି’ ନେତା ନୀତିନ ଗଡ଼କରୀ କହିଛନ୍ତି।

ସେ କହିଛନ୍ତି, ଯେଉଁମାନେ ତାଙ୍କୁ ଭୋଟ୍‌ ଦେବା କଥା ଦେବେ ନ ହେଲେ ନାହିଁ।

ମହାରାଷ୍ଟ୍ରର ୱାଶିମ୍‌ରେ ୩ଟି ଜାତୀୟ ରାଜପଥ ପ୍ରକଳ୍ପ ଉଦ୍‌ଘାଟନ ସମୟରେ ଉଦ୍‌ବୋଧନ ଦେବା ବେଳେ ଗଡ଼କରୀ କହିଛନ୍ତି, ସେ ଲାଞ୍ଚ ଗ୍ରହଣ କରିବେ ନାହିଁ କି, କାହାକୁ ଲାଞ୍ଚ ଗ୍ରହଣ କରାଇ ଦେବେ ନାହିଁ।

Image Courtesy of India Today

ଉଦ୍‌ବୋଧନରେ ସେ କହିଛନ୍ତି, ଏଥର ଲୋକସଭା ନିର୍ବାଚନରେ କୌଣସି ବ୍ୟାନର୍‌ କି, ପୋଷ୍ଟର୍‌ ନ ଲଗାଇବାକୁ ସ୍ଥିର କରିଛି। ଲୋକମାନଙ୍କୁ ଚା ବି ଦିଆଯିବ ନାହିଁ। ଯେଉଁମାନେ ଭୋଟ୍‌ ଦେବାର କଥା ଦେବେ, ଯେଉଁମାନେ ନ ଦେବାର କଥା ‌ଦେବେ ନାହିଁ। ମୁଁ ଲାଞ୍ଚ ନେବିନି କି, କାହାରିକୁ ଲାଞ୍ଚ ନିଆଇ ଦେବିନାହିଁ। କିନ୍ତୁ, ନିଷ୍ଠାର ସହିତ ସମସ୍ତଙ୍କର ସେବା କରିବି ବୋଲି ମୋର ବିଶ୍ବାସ।

ପୂର୍ବରୁ ଜୁଲାଇ ମାସ‌ରେ ଗଡ଼କରୀ ନାଗପୁରରେ ଅନୁଷ୍ଠିତ ‘ମହାରାଷ୍ଟ୍ର ରାଜ୍ୟ ଶିକ୍ଷକ ପରିଷଦ୍’ର କାର୍ଯ୍ୟକ୍ରମରେ ଗୋଟାଏ ବ୍ୟକ୍ତିଗତ ମଜାଳିଆ କଥା କହିଥିଲେ। ସେ କହିଥିଲେ ଯେ, ଥରେ ନିର୍ବାଚନ ବେଳେ ସେ ଭୋଟର୍‌ମାନଙ୍କୁ ‘ମଟନ୍‌’ ବା ‘ଖାସି’ ମାଂସ ଦେଇ ମଧ୍ୟ ନିର୍ବାଚନରେ ହାରିଥିଲେ। ଜନତାଙ୍କ ବିଶ୍ବାସ ଓ ସ୍ନେହ ଭାଜନ ହୋଇ ନିର୍ବାଚନ ଜିଣାଯାଇ ପାରିବ ବୋଲି ସେ ଗୁରୁତ୍ବାରୋପ କରି କହିଥିଲେ।

ସେ କହିଥି‌ଲେ, ଭୋଟର୍‌ମାନେ ଖୁବ୍‌ ଚତୁର। ସବୁ ପ୍ରାର୍ଥୀଙ୍କଠାରୁ ସେମାନେ ସବୁ କିଛି ଗ୍ରହଣ କରନ୍ତି। କିନ୍ତୁ, ଯାହାକୁ ଉଚିତ ବିଚାରନ୍ତି ତାଙ୍କୁ ହିଁ ଭୋଟ୍‌ ଦିଅନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button