ଦେଶ

ଓଡ଼ିଶାକୁ ଆସିପାରୁନି ପଶ୍ଚମବଙ୍ଗରୁ ଆଳୁ ଟ୍ରକ

ଓଡିଶାକୁ ଆଳୁ ବୋଝେଇ ଟ୍ରକ ପ୍ରବେଶ କରିବାକୁ ଦେଉନାହିଁ ପଶ୍ଚିମବଙ୍ଗ ପୋଲିସ । ଯେଉଁ ଆଳୁ ବୋଝେଇ ଟ୍ରକ ଓଡିଶା ଭିତରକୁ ଆସିବାର ଥିଲା ଓଡିଶା-ପଶ୍ଚିମବଙ୍ଗ ସୀମା ସୋନାକନିଆରୁ ଲକ୍ଷ୍ମଣନାଥ ନିକଟରେ ଗାଡ଼ି ଫେରାଉଛି ପଶ୍ଚିମବଙ୍ଗ ପୋଲିସ । ସେପଟେ ଓଡିଶା ବଜାରରେ ଆଳୁ ର ଅଭାବ ଦେଖା ଦେଇଥିବା ବେଳେ ହୁ ହୁ ହୋଇ ବଢୁଛି ଦର ଆଳୁ ଦର।

ପଶ୍ଚିମବଙ୍ଗରୁ ଆମଦାନି ବନ୍ଦ ହେବା ଫଳରେ ଓଡ଼ିଶାରେ ଆଳୁ ବଜାରରେ ଦର ଆକାଶ ଛୁଆଁ ହେବାରେ ଲାଗିଛି। ବର୍ତ୍ତମାନ ରାଜଧାନୀରେ ଆଳୁ ଦର ୪୫ରୁ ୫୦ ଟଙ୍କା ରହଥିବା ବେଳେ ଏହା ଆହୁରି ବଢ଼ିବାର ଆଶଙ୍କା ରହିଛି। ତେଣୁ ଏବେ ଠୁ ଆଳୁ କିଣିବା ପାଇଁ ଲୋକେ ଭିଡ଼ ଜମାଇଲେଣି । ଆଳୁ ସାଧାରଣ ଲୋକଙ୍କ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀ ହୋଥିବାରୁ ଏହାର ଦର ବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତା ବଢ଼ାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button