ଅପରାଧ

ରାସ୍ତା କଡ଼ରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଚାନ୍ଦବାଲି ବ୍ଲକ ଅଧିନସ୍ଥ କରଂଜମାଳ ଠାରେ ରାସ୍ତା କଡ଼ରୁ ଏକନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ତେବେ ଗତକାଲି ବିଳମ୍ବିତ ବର୍ଷା ରାତିରେ କେହି ଜଣେ ମହିଳା ନବଜାତ  ଶିଶୁ କନ୍ୟାକୁ ଜନ୍ମ ଦେଇ ବର୍ଷା ରାତିରେ ଏକ ପଲିଥିନ ରେ ପୁରାଇ ରାସ୍ତା କଡ଼ ରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ସୁମିତ୍ରା ମାଝୀ ବାହାରକୁ ଆସିଥିବା ବେଳେ ଏହି ନବଜାତ ଶିଶୁ କନ୍ୟାଟି କାନ୍ଦୁ ଥିବାର ସେ ଦେଖିବାକୁ ପାଇଥିଲେ। ମହିଳା ଜଣଙ୍କ ଶିଶୁ କନ୍ୟାକୁ ଉଦ୍ଧାର କରି ତୁରନ୍ତ ଧାମରା ମେଡିକାଲକୁ ଆଣିଥିଲେ ଶିଶୁକନ୍ୟାର ସ୍ୱାସ୍ଥ୍ୟ ବସ୍ଥା ଠିକ ନଥିବା ବେଳେ ପ୍ରାଥମିକ ଚିକିତ୍ସା କରିବା ପରେ ଡା. ଜନ୍ମେଞ୍ଜୟ ବେହେରା ଏବଂ ଜସ୍ୱସିନ ମିଶ୍ର ସମ୍ପୃକ୍ତ ଉଦ୍ଧାର ହୋଇଥିବା ଶିଶୁ କନ୍ୟା କୁ ଉନ୍ନତ ଚିକିତ୍ସା ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରିଛନ୍ତି। ତେବେ ଏହି ଶିଶୁ କନ୍ୟାଟି କାହାର ଏବଂ କିଏ ତାକୁ ଏଭଳି ବର୍ଷା ରାତିରେ ରାସ୍ତା କଡ଼ରେ ଫିଙ୍ଗି ଦେଇ ଯାଇଛି ତାହାର କିଛି ଖବର ମିଳିପାରିନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button