ଖେଳ

ଆଜିଠୁ ଆରମ୍ଭ ହେବ ପ୍ୟାରିସ ଅଲମ୍ପିକ୍ସ

ଆଜିଠୁ ଆରମ୍ଭ ହେବ ବିଶ୍ୱ କ୍ରୀଡ଼ା ମହାକୁମ୍ଭ। ଏହା ପୂର୍ବରୁ ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସିଛି ପ୍ୟାରିସର ବିଶ୍ୱ ପ୍ରସିଦ୍ଧ ଆଇଫିଲ୍ ଟାୱାର୍। ଫ୍ରାନ୍ସ ରାଜଧାନୀରେ ପ୍ୟାରିସରେ ୪ ସପ୍ତାହ ଧରି ଅଗଷ୍ଟ ୧୧ ଯାଏଁ ଅଲିମ୍ପିକ୍ସ ଆୟୋଜିତ ହେବ।  ଏଥିରେ ୧୦ ହଜାର ୫ଶହ ଆଥଲେଟ୍ ଭାଗ ନେଉଛନ୍ତି। ଭାରତରୁ ଭାଗ ନେଉଛନ୍ତି ୧୧୭ ଜଣିଆ ଦଳ ଏଥିରେ ଅଂଶଗ୍ରହଣ କରିବେ। ସେଥିରେ ୪୭ ଜଣ ମହିଳା ଓ ୭୦ ପୁରୁଷ କ୍ରୀଡ଼ାବିତ୍ ଅଛନ୍ତି ।

ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ସର୍ବାଧିକ ୨୯ ଜଣ ଏବଂ ସୁଟିଂରେ ୨୧ ଜଣ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେପଟେ ଚିତାକର୍ଷକ ହେବାକୁ ଯାଉଛି ଆଜିର ଉଦଘାଟନୀ ସମାରୋହ। ଭାଗ ନେବେ ୩ହଜାର ନୃତ୍ୟଶିଳ୍ପୀ। ପ୍ରଥମ ଥର ପାଇଁ ଷ୍ଟାଡିୟମ ପରିବେର୍ତ୍ତ ପ୍ୟାରିସ ମଝି ଦେଇ ବହିଥିବା ସେନ୍ ନଦୀରେ ନୌକାରେ ଦେଶମାନଙ୍କର ପରେଡ୍ ଅନୁଷ୍ଠିତ ହେବ। ଭାରତ କଣ୍ଟିନଜେଣ୍ଟର ନେତୃତ୍ୱ ନେବେ ଟେବୁଲ୍ ଟେନିସ୍ ଲିଜେଣ୍ଡ ଅଚନ୍ତା ଶରତ କମଳ ଏବଂ ଷ୍ଟାର୍ ବ୍ୟାଡମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ। ୨୬ରୁ ବିଧିବଦ୍ଧ ଭାବେ ଅଲିମ୍ପିକ୍ସ ଆରମ୍ଭ ହେଉଥିବା ବେଳେ ୨୫ରୁ ଭାରତୀୟ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ଆରମ୍ଭ ହେବ।

ଜୁଲାଇ ୨୫ରେ ତୀରନ୍ଦାଜୀର ବ୍ୟକ୍ତିଗତ ରାଙ୍କିଙ୍ଗ ରାଉଣ୍ଡ ଲଢ଼େଇ ଆରମ୍ଭ ହେବ। ବିଶ୍ୱର ବିଭିନ୍ନ ଷ୍ଟେଜରେ ଭାରତୀୟ ତୀରନ୍ଦାଜମାନେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଏଯାଏ ଦେଶକୁ ଏହି ଖେଳରେ ଅଲିମ୍ପିକ୍ସ ପଦକ ମିଳିନାହିଁ। ତେଣୁ ଏଥର ଭାଗ୍ୟ ବଦଳାଇବା ଲକ୍ଷ୍ୟ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button