ଖେଳ

ଆଜି ଭାରତ-ପାକିସ୍ତାନ ମହାମୁକାବିଲା – Ibnodisha

[ad_1]

ଅହମ୍ମଦାବାଦ: ଆଜ ଖେଳାଯିବ ଦିନିକିଆ ବିଶ୍ୱକପ୍‌ରେ ସବୁଠୁ ବଡ଼ ମ୍ୟାଚ୍ । ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ମ୍ୟାଚ୍ ଦେଖିବାକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି ଦର୍ଶକ । ସାରା ବିଶ୍ୱର ନଜର ରହିଛି ଏହି ହାଇଭୋଲଟେଜ୍ ମ୍ୟାଚ୍ ଉପରେ । ସମୟ ଯେତିକି ପାଖଉଛି ଦର୍ଶକଙ୍କ ହାର୍ଟବିଟ୍ ସେତିକି ବଢ଼ୁଛି । ବତ୍ତର୍ମାନ ସୁଦ୍ଧା ଦିନିକିଆ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷରେ ଅପରାଜେୟ ରହିଥିବା ଭାରତ ଏହିଧାରାକୁ ଜାରି ରଖିବାକୁ ଚେଷ୍ଟା କରିବ । ଅଧିନାୟକ ରୋହିତ ଶର୍ମା ସେଥିପାଇଁ ସ୍ୱତନ୍ତ୍ର ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବେ । ଅନ୍ୟପକ୍ଷରେ ୧୯୯୨ ମସିହାରୁ ବର୍ତ୍ତମାନ ସୁଦ୍ଧା ବିଜୟର ସ୍ୱାଦ ଚାଖିନଥିବା ପାକିସ୍ତାନ ପାଇଁ ଅଧିନାୟକ ବାବର ଆଜମ୍ ପରାଜୟ ରେକର୍ଡକୁ ଅତିକ୍ରମ କରିବାକୁ ଚେଷ୍ଟା କରିବେ । ଚଳିତ ବିଶ୍ୱକପ୍‌ରେ ଉଭୟ ଭାରତ ଓ ପାକିସ୍ତାନ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳି ସମାନ ୪ ପଏଣ୍ଟରେ ରହିଛନ୍ତି ।

ଭାରତ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଓ ଦ୍ୱିତୀୟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ସେହିପରି ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସକୁ ଓ ଦ୍ୱିତୀୟରେ ଶ୍ରୀଲଙ୍କାକୁ ହରାଇଛି । ଉଭୟ ଦଳର ବ୍ୟାଟିଂ ଓ ବୋଲିଂ ସନ୍ତୁଳିତ ରହିଛି । ଗତ ମ୍ୟାଚ୍‌ରେ ରୋହିତ ଶର୍ମା ବିସ୍ଫୋରକ ଇନିଂସ୍ ଖେଳି ଶତକ ହାସଲ କରିଥିବା ବେଳେ ବିରାଟ କୋହଲି ଉଭୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ଏହାବ୍ୟତୀତ ଲୋକେଶ ରାହୁଲ ମଧ୍ୟ ଫର୍ମରେ ରହିଛନ୍ତି । ବୋଲିଂରେ ସ୍ପିନରଙ୍କ ମିଳିତ ପ୍ରଦର୍ଶନ ଭଲ ରହିଥିବା ବେଳେ ଭାରତର ଷ୍ଟାର ପେସର ଜଶପ୍ରୀତ୍ ବୁମ୍‌ରା ଗତ ମ୍ୟାଚ୍‌ରେ ୪ଟି ୱିକେଟ୍ ନେଇ ଫର୍ମକୁ ଫେରିଛନ୍ତି । ଏହି ମ୍ୟାଚ୍ ମାଧ୍ୟମରେ ଫର୍ମରେ ଥିବା ଭାରତୀୟ ଓପନର ଶୁବମାନ୍ ଗିଲ ବିଶ୍ୱକପ୍ ଡେବ୍ୟୁ କରିବେ । ସେ ଦଳରେ ସାମିଲ ହେଲେ ଇଶାନ୍ କିଶାନ୍ କିମ୍ବା ଶ୍ରେୟସ୍ ଆୟରଙ୍କ ମଧ୍ୟରୁ ଜଣକୁ ବିଶ୍ରାମ ଦିଆଯାଇପାରେ । ସେହିପରି ପାକିସ୍ତାନ ପାଇଁ ସଇଦ୍ ସକିଲ ଓ ମହମ୍ମଦ ରିଜୱାନ୍ ଶତକୀୟ ଇନିଂସ୍ ଖେଳିଛନ୍ତି । ବୋଲିଂରେ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ଭଲ ପ୍ରଦର୍ଶନ କରିନାହିଁ । ଯାହା ଦଳ ପାଇଁ ସମସ୍ୟା ସୃଷ୍ଟି କରିପାରେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button