ଖେଳ

ସାଉଥ୍ ଆଫ୍ରିକା ଟେଷ୍ଟ୍ ଟିମ୍‌ରେ ବଡ଼ ପରିବର୍ତ୍ତନ; ଅନ୍‌କ୍ୟାପ୍‌ଡ ଖେଳାଳିଙ୍କୁ ନେତୃତ୍ୱ – Ibnodisha

[ad_1]

ଜୋହାନ୍ସବର୍ଗ:  ନ୍ୟୁଜିଲାଣ୍ଡ୍ ଗସ୍ତରେ ଆସନ୍ତା ଫେବୃଆରୀରେ ଦୁଇ ମ୍ୟାଚ୍ ବିଶିଷ୍ଟ୍ ଟେଷ୍ଟ୍ ସିରିଜ୍ ଖେଳିବ । ଏଥିପାଇଁ ସାଉଥ୍ ଆଫ୍ରିକା କ୍ରିକେଟ୍ ବୋର୍ଡ ୧୪ ଜଣିଆ ଟିମ୍ ଘୋଷଣା କରିଛି, ଯେଉଁଥିରେ ବହୁ ଚକିତ କରିବା ଭଳି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ଅନ୍ତର୍ଜାତୀୟ ଡେବ୍ୟୁ କରିନଥିବା ୨୭ ବର୍ଷୀୟ ନୀଲ୍ ବ୍ରାଣ୍ଡ୍‌ଙ୍କୁ ୧୪ ଜଣିଆ ଟିମ୍‌ର ନେତୃତ୍ୱ  ପ୍ରଦାନ କରାଯାଇଛି ।

ବର୍ତ୍ତମାନ ଭାରତ ବିପକ୍ଷରେ ଖେଳୁଥିବା ସାଉଥ୍ ଆଫ୍ରିକା ଟେଷ୍ଟ ଟିମ୍‌ର ତିନିଜଣ ଖେଳାଳି କିଗନ୍ ପିଟର୍‌ସନ୍‌, ଜୁବେର୍ ହମ୍‌ଜା ଏବଂ ଡେଭିଡ୍ ବେଣ୍ଡିଙ୍ଗ୍‌ହମ୍‌ଙ୍କୁ ନ୍ୟୁଜିଲାଣ୍ଡ୍ ସିରିଜ୍ ପାଇଁ ଚୟନ କରାଯାଇଛି । ଏହା ବ୍ୟତୀତ ଟିମ୍‌ରେ ୬ ଜଣ ଏପରି ଖେଳାଳି ସାମିଲ ହୋଇଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ପଦାର୍ପଣ ମଧ୍ୟ କରିନାହାନ୍ତି । ନୀଲ୍ ବ୍ରାଣ୍ଡ୍ କୌଣସି ଟିମ୍‌ର କ୍ୟାପ୍‌ଟେନ୍ ଭାବେ ଡେବ୍ୟୁ ମ୍ୟାଚ୍ ଖେଳିବାରେ ୧୯୯୫ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରଥମ ଖେଳାଳି ହେବେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button