ଖେଳ

ଆଜି ବାଙ୍ଗଲାଦେଶ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ – Ibnodisha

[ad_1]

ନୂଆଦିଲ୍ଲୀ:  ଆଜି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‌‌ରେ ବାଙ୍ଗଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କ୍ରିକେଟ୍‌‌ ବିଶ୍ୱକପ୍‌‌ର ୨୩ତମ ମ୍ୟାଚ୍‌‌ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ ୨ଟା ବେଳେ ଏହି ମ୍ୟାଚ ଅନୁଷ୍ଠିତ ହେବ।

ଆଇ.ସି.ସି. ପୁରୁଷ କ୍ରିକେଟ୍‌‌ ବିଶ୍ୱକପ୍‌‌ରେ ଗତକାଲି ଅନୁଷ୍ଠିତ ଖେଳରେ ଆଫ୍‌‌ଗାନିସ୍ତାନ ୮ ୱିକେଟ୍‌‌ରେ ପାକିସ୍ତାନକୁ ପରାସ୍ତ କରିଛି। ଚେନ୍ନାଇର ଏମ୍‌‌.ଏ. ଚିଦାମ୍ବରମ୍‌‌ ଷ୍ଟାଡିୟମ୍‌‌ରେ ଅନୁଷ୍ଠିତ ମ୍ୟାଚ୍‌‌ରେ ପାକିସ୍ତାନ ୫୦ ଓଭରରେ ୭ ୱିକେଟ୍‌‌ ବିନିମୟରେ ୨୮୨ରନ୍‌‌ ସଂଗ୍ରହ କରିଥିଲା। ବ୍ୟାଟସ୍‌‌ମ୍ୟାନ୍‌‌ ବାବର ଆଜମ୍‌‌ ସର୍ବାଧିକ ୭୪ରନ୍‌‌ ସ୍କୋର କରିଥିଲେ।

ଏହାର ଜବାବରେ ଆଫ୍‌‌ଗାନିସ୍ତାନ ୪୯ଓଭରରେ ମାତ୍ର ୨ ୱିକେଟ୍‌‌ ହରାଇ ୨୮୬ରନ୍‌‌ ସ୍କୋର କରିଥିଲେ। ଆଫ୍‌‌ଗାନିସ୍ତାନର ଇବ୍ରାହିମ୍‌‌ ସର୍ବାଧିକ ୮୭ରନ୍‌‌ ସ୍କୋର କରିଥିଲେ।

The post ଆଜି ବାଙ୍ଗଲାଦେଶ-ଦକ୍ଷିଣ ଆଫ୍ରିକା ମୁହାଁମୁହିଁ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button