ଦେଶ

ଇଣ୍ଡିଆ ମେଣ୍ଟର ସଂଯୋଜକ ହେବେ ନୀତୀଶ ! – Ibnodisha

[ad_1]

ନୂଆଦିଲ୍ଲୀ: ବିଜେପି ବିରୋଧୀ ଗଠିତ ଇଣ୍ଡିଆ ମେଣ୍ଟରେ ଗୋଟିଏ ପଟେ ଆସନ ବୁଝାମଣାକୁ ନେଇ ବିବାଦ ରହିଥିବା ବେଳେ ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ଚେହେରା କାହାକୁ କରାଯିବ ସେନେଇ ମଧ୍ୟ ଦଳଗତ ଦ୍ୱନ୍ଦ୍ୱ ରହିଛି । ଅନେକ ଦଳ କଂଗ୍ରେସର କେହି ପ୍ରଧାନମନ୍ତ୍ରୀ ଚେହେରା ହୁଅନ୍ତୁ ବୋଲି ଚାହୁଁନଥିବା ବେଳେ ଅନ୍ୟପକ୍ଷେ ଅନ୍ୟ ଆଞ୍ଚଳିକ ଦଳର ବରିଷ୍ଠ ନେତାମାନେ ଖୁଲମ୍‌ଖୁଲ୍ଲା କିଛି କହୁନଥିଲେ ମଧ୍ୟ ସେମାନଙ୍କ ଠାରେ ପ୍ରଧାନମନ୍ତ୍ରୀ ଚେହେରା ହେବାର ଲାଳସା ସ୍ପଷ୍ଟ ବାରି ହୋଇପଡୁଛି । ଏସବୁ ମଧ୍ୟରେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଇଣ୍ଡିଆ ମେଣ୍ଟର ସଂଯୋଜକ କରାଯିବାକୁ ଯୋଜନା କରାଯାଉଥିବା ନେଇ ଏକ ସମ୍ବାଦ ମିଳିଛି ।

ଇଣ୍ଡିଆ ମେଣ୍ଟରେ ଅନ୍ୟତମ ସହଯୋଗୀ ଦଳ ଭାବେ ସାମିଲ ହୋଇଥିବା ଜେଡିୟୁ ନୀତୀଶଙ୍କୁ ଇଣ୍ଡିଆ ମେଣ୍ଟର ପ୍ରଧାନମନ୍ତ୍ରୀ ଚେହେରା କରାଯିବାକୁ ନେଇ ଦାବି କରୁଥିବା ବେଳେ ବରିଷ୍ଠତା ଭିତ୍ତିରେ ନୀତୀଶଙ୍କୁ ମେଣ୍ଟରେ ଗୁରୁତ୍ୱ ଦେବାକୁ କିଛି ନେତା ସମର୍ଥନ କରୁଛନ୍ତି । ସୁତରାଂ ନୀତୀଶଙ୍କୁ ଇଣ୍ଡିଆ ମେଣ୍ଟର ସଂଯୋଜକ କରାଯାଇପାରେ ବୋଲି ଆଲୋଚନା ହେଉଛି । ପ୍ରକାଶ, ନୀତୀଶ ନିଜ ଦଳୀୟ ରାଷ୍ଟ୍ରୀୟ ପରିଷଦ ବୈଠକରେ ନୀତୀଶ କଂଗ୍ରେସ ଉପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ । କଂଗ୍ରେସର ନୀତିକୁ ସମାଲୋଚନା କରିବା ପରେ ନୀତୀଶଙ୍କୁ ଏବେ ଇଣ୍ଡିଆ ମେଣ୍ଟର ସଂଯୋଜକ କରାଯିବ ବୋଲି ଆଲୋଚନା ହେଉଛି । ତେବେ ଏସବୁ ପଛରେ କଂଗ୍ରେସ ଚାପଗ୍ରସ୍ତ ହୋଇ ଏପରି କରୁଥିବା ଅନୁମାନ କରାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button