‘ଥାଙ୍କ ୟୁ ପାକିସ୍ତାନ’ ଲେଖି ଦେଶ ଛାଡ଼ୁଛନ୍ତି ଏୟାରହୋଷ୍ଟେସ୍ – Ibnodisha
[ad_1]
ଇସଲାମାବାଦ: ‘ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’କୁ ନେଇ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଗତ ପ୍ରାୟ ବର୍ଷକ ମଧ୍ୟରେ ୯ ଜଣ ଏୟାରହୋଷ୍ଟେସ୍ ‘ଥାଙ୍କ ୟୁ ପାକିସ୍ତାନ’ ଲେଖି ଦେଶ ଛାଡ଼ିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁସାରେ ଉକ୍ତ ପରିଚାଳକ ଦଳ ସଦସ୍ୟା ସେହି ବିମାନରେ ଡ୍ୟୁଟିରେ ଥିଲେ, କିନ୍ତୁ କାନାଡାରେ ଅବତରଣ କରିବା ପରେ ତାଙ୍କର କୌଣସି ଖବର ମିଳିନଥିଲା। ଗତକାଲି ପାକିସ୍ତାନର ଡନ୍ ଖବରକାଗଜ ରିପୋର୍ଟ କରିଛି ଯେ ଏୟାରହୋଷ୍ଟେସ୍ ମରିୟମ୍ ରଜା ଇସଲାମାବାଦରୁ ପିଆଇଏ ବିମାନରେ ଚଢ଼ିଥିଲେ। କିନ୍ତୁ ବିମାନଟି କରାଚୀ ଫେରିବା ପରେ ସେ ଡ୍ୟୁଟିକୁ ଫେରିନଥିଲେ। ଏହାପରେ କର୍ତ୍ତୃପକ୍ଷ ମରିୟମ୍ଙ୍କୁ ଖୋଜାଖୋଜି କରି ହୋଟେଲରେ ପହଞ୍ଚିବା ପରେ ସେଠାରେ ତାଙ୍କ ବ୍ୟାଗ୍ ମିଳିଥିଲା। ବ୍ୟାଗ୍ ଖୋଲିବା ପରେ ଏୟାର ହୋଷ୍ଟେସ ଡ୍ରେସ୍ ମିଳିବା ସହ ସେଥିରେ ଏକ ନୋଟ୍ ମଧ୍ୟ ଥିଲା। ଚିଠିରେ କେବଳ ଲେଖାଯାଇଛି, ‘ଥାଙ୍କ ୟୁ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’। ମରିୟମ୍ ରଜା ପାକିସ୍ତାନର ରାଷ୍ଟ୍ରାୟତ୍ତ ଏୟାରଲାଇନ୍ସରେ ପ୍ରାୟ ୧୫ ବର୍ଷ ଧରି କାମ କରୁଥିଲେ। ସେ ଇସଲାମାବାଦରୁ ଟୋରଣ୍ଟୋ ଯାଉଥିବା ଏକ ବିମାନରେ ଡ୍ୟୁଟିରେ ଥିଲେ। ଏୟାର ହୋଷ୍ଟେସମାନେ ଜଣକ ପରେ ଜଣେ ଏଭଳି କାନାଡାରୁ ଗାଏବ ହେବା ପଛରେ ସେମାନଙ୍କ ଯୋଜନାବଦ୍ଧ ପ୍ରୟାସ ରହିଛି ବୋଲି ଏୟାରଲାଇନ୍ସ ମୁଖପାତ୍ର କହିଛନ୍ତି। ଗତ ଏକ ବର୍ଷ ମଧ୍ୟରେ ଏହା ହେଉଛି ନବମ ଘଟଣା। ଏଭଳି ଘଟଣାରେ ପାକିସ୍ତାନ ଏୟାରଲାଇନ୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛି। ଏ ନେଇ କାନାଡ଼ା ପ୍ରଶାସନ ସହ କଥାବାର୍ତ୍ତା ଜାରି ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
[ad_2]