ଦେଶ

ଠକେଇ ଟଙ୍କାରେ ମଉଜ: ମହାଦେବ ଆପ ଠକର ବାହାଘରରେ ଯୋଗଦେଇଥିଲେ ବଲିଉଡ ସେଲିବ୍ରିଟି – Ibnodisha

[ad_1]

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମହାଦେବ ଅନଲାଇନ ଜୁଆ ଆପରେ ୫୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ମନିଲଣ୍ଡ୍ରିଙ୍ଗ ଘଟଣାର ଯାଞ୍ଚ କରୁଛି | ଆଉ ଇଡିକୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିଛି | ଏନେଇ ଇଡି ପକ୍ଷରୁ କୁହାଯାଇଛି ଯେ ମହାଦେବ ଆପର ଦୁଇ ପ୍ରମୁଖ ଠକଙ୍କ ମଧ୍ୟରୁ ସୌରଭ ଚନ୍ଦ୍ରକର ୟୁଏଇରେ ନିଜର ବାହାଘରରେ ୨୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲା | ଆଉ ଏହି ବିବାହ କାର୍ଯ୍ୟକ୍ରମରେ ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ | କେବଳ ଏତିକି ନୁହେଁ ସୌରଭର ପରିବାର ସଦସ୍ୟ ପ୍ରାଇଭେଟ ଜେଟରେ ନାଗପୁରରୁ ୟୁଏଇକୁ ଯାଇଥିଲେ | ଇଡି ପକ୍ଷରୁ କୁହାଯାଇଛି ଯେ ଏହି ଘଟଣାରେ ୪୧୭ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରାଯାଇଛି |

ଇଡି ଏହି ବର୍ଷ ଆରମ୍ଭରେ ତଦନ୍ତ ଆରମ୍ଭ କରିଥିବାବେଳେ ଗତମାସ ୪ ଜଣଙ୍କୁ ଗିରଫ କରିଥିଲା | ଛତିଶଗଡ଼ ଭିଲାଇର ସୌରଭ ଚନ୍ଦ୍ରକର ଓ ରବି ଉପଲ ଏହି ଆପର ମୁଖ୍ୟ ପ୍ରମୋଟର ଥିବାବେଳେ ଦୁବାଇରୁ ଏହାକୁ ପରିଚାଳନା କରୁଥିଲେ | ଇଡି କହିଛି ଯେ ଫେବୃୟାରୀ ୨୦୨୩ ମସିହାରେ ସୌରଭ ୟୁଏଇରେ ନିଜର ବାହାଘର କାର୍ଯ୍ୟକ୍ରମର ଅୟୋଜନ କରିଥିଲା | ଏଥିରେ ପ୍ରାୟ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା | ପରିବାର ସଦସ୍ୟମାନେ ନାଗପୁରରୁ ଦୁବାଇ ଯିବା ପାଇଁ ପ୍ରାଇଭେଟ ଜେଟର ବ୍ୟବସ୍ଥା କରାଯାଇଥିଲା | ବିବାହ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଗୀତ ଗାଇବା ପାଇଁ ବଲିଉଡ କଳାକାରମାନଙ୍କୁ ବିପୁଳ ଟଙ୍କା ଦିଆଯାଇଥିଲା |

ଏହି ବିବାହ ଉତ୍ସବରେ ଟାଇଗର ଶ୍ରଫ, ସନି ଲିଓନଙ୍କ ଭଳି ଅଭିନେତା/ଅଭିନେତ୍ରୀ ଯୋଗ ଦେଇଥିବାବେଳେ କାର୍ଯ୍ୟକ୍ରମରେ ଗୀତ ଗାଇବା ପାଇଁ ନେହା କକର, ଅତିଫ ଆସଲାମ, ରାହତ ଫତେହ ଅଲି ଖାନ, ଵିଶାଲ ଦଦଲାନି, ଭାରତୀ ସିଂ, ନୁସରତ ଭରୁଚା ଓ କୃଷ୍ନା ଅଭିଷେକ ପ୍ରମୁଖ ଯୋଗ ଦେଇଥିଲେ | ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମୁମ୍ବାଇର ଏକ ପ୍ରମୁଖ ଇଭେଣ୍ଟ କମ୍ପାନୀ ଦ୍ୱାରା ଏମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ଓ ପ୍ରଚୁର ଟଙ୍କା ଦିଆଯାଇଥିଲା |



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button