ଦେଶ

ପାକିସ୍ତାନରେ ନିର୍ବାଚନ ଲଢିବେ ହିନ୍ଦୁ ମହିଳା ସାବିରା – Ibnodisha

[ad_1]

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ । ପାକିସ୍ତାନରେ ସାଧାରଣ ନିର୍ବାଚନ ଲଢିବେ ହିନ୍ଦୁ ମହିଳା । ଆସନ୍ତା ବର୍ଷ ଫେବୃଆରୀ ୮ ତାରିଖରେ ପାକିସ୍ତାନ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ପ୍ରତିଦ୍ୱନ୍ଦିତା ପାଇଁ ଜଣେ ହିନ୍ଦୁ ମହିଳା ନିଜର ନାମାଙ୍କନ ଦାଖଲ କରିଛନ୍ତି । ତାଙ୍କର ନାମ ଡଃ ସାବିରା ପରକାଶ । ସାବିରା ଖୈବର ପଖତୁନଖ୍ୱା ପ୍ରଦେଶ ବୁନେର ଜିଲ୍ଲାର ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ଅଟନ୍ତି । ସେ ପାକିସ୍ତାନ ପିପୁଲ୍ସ ପାର୍ଟି ଟିକେଟରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଖୈବର ପଖତୁନଖ୍ୱା ପ୍ରଦେଶରେ ସାବିରାଙ୍କ ଘର । ତାଙ୍କର ବାପା ଓମ୍ ପ୍ରକାଶ ଜଣେ ଅବସରପ୍ରାପ୍ତ ଡାକ୍ତର ଏବଂ ବିଗତ ୩୫ ବର୍ଷ ହେଲାଣି ପାକିସ୍ତାନ ପିପୁଲ୍ସ ପାର୍ଟିର ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରିଆସିଛନ୍ତି । ଏବେ ତାଙ୍କର ଝିଅ ୨୦୨୪ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଛନ୍ତି । ଡଃ ସାବିରା ବୁନେର ଜିଲ୍ଲାର ପିକେ-୨୫ ଆସନରୁ ନାମାଙ୍କନ ଭରିଛନ୍ତି । ଏନେଇ କୁଆମୀ ୱତନ ପାର୍ଟିର ଜଣେ ସ୍ଥାନୀୟ ନେତା ସଲିମ ଖାନ କହିଛନ୍ତି, ବୁନେର ଜିଲ୍ଲାରୁ ନିର୍ବାଚନ ନାମାଙ୍କନ ଦାଖଲ କରିବାରେ ସାବିରା ପରକାଶ ପ୍ରଥମ ମହିଳା ।

ସାବିରା କହିଛନ୍ତି ଯେ, ତାଙ୍କୁ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ଅନୁମତି ଦେବାକୁ ପିପିପି ଦଳର ଜଣେ ବରିଷ୍ଠ ନେତା ତାଙ୍କର ବାପାଙ୍କୁ ଅନୁରୋଧ କରିଥିଲେ । ସେ ଗତ ୨୩ ତାରିଖ ଦିନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମହିଳା ସଶକ୍ତିକରଣ, ସେମାନଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ସହ ଅଧିକାରର ସୁରକ୍ଷା ପାଇଁ ସେ ଲଢ଼େଇ କରିବେ । ୨୦୨୨ରେ ସାବିରା ଅବ୍ୱୋତାବାଦ ଇଣ୍ଟରନ୍ୟାସନାଲ ମେଡିକାଲ କଲେଜରୁ ସ୍ନାତକ ହାସଲ କରିଛନ୍ତି । ଏବେ ସେ ବୁନେର ଜିଲ୍ଲାରୁ ପିପିପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଅଛନ୍ତି । ସ୍ଥାନୀୟ ଅଞ୍ଚଳର ଗରୀବ, ନିଷ୍ପେଷିତ ଲୋକଙ୍କ ପାଇଁ କାମ କରିବାକୁ ନିଜ ବାପାଙ୍କ ଚଲାପଥ ଅନୁସରଣ କରୁଛନ୍ତି ବୋଲି କହିଛନ୍ତି ସାବିରା । ସୂଚନାଯୋଗ୍ୟ, ପୂର୍ବରୁ କେବେ ବି କୌଣସି ହିନ୍ଦୁ ମହିଳା ପାକିସ୍ତାନରେ ନିର୍ବାଚନ ଲଢ଼ି ନାହାନ୍ତି । ଇତିହାସରେ ପ୍ରଥମ ଥର, ଯେତେବେଳେ ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟର ଜଣେ ମହିଳା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । ଆସନ୍ତା ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଦେଶରେ ଜୋରସୋରରେ ପ୍ରଚାର ଚାଲିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button