ଦେଶ

ଜାଇଁ ପୁଅର ଉନ୍ମତ କାଣ୍ଡ; ସ୍ତ୍ରୀ ଓ ଶାଶୂଙ୍କୁ ଆକ୍ରମଣ କରି ଜ୍ୱାଇଁ  ଗିରଫ – Ibnodisha

[ad_1]

ରଙ୍ଗେଈଲୁଣ୍ଡା : ସ୍ତ୍ରୀ ଓ ଶାଶୂଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଆଜି ଗୋଳନ୍ଥରା ଥାନା ପୁଲିସ ଜ୍ୱାଇଁକୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ କେ. ସୁବାଣୀ ଗ୍ରାମର କେ. ଶେଖର (୩୨) । ସୂଚନା ଅନୁସାରେ ଏହି ଥାନା ଅଧିନସ୍ଥ କେ. ସୁବାଣୀ ଗ୍ରାମର ଆର. ପୋଲାମା ଝିଅ ଆର. ପଦ୍ମାକୁ ସେହି ଗ୍ରାମର କେ. ଶେଖର ଗତ ୮ ବର୍ଷତଳେ ବିବାହ କରିଥିଲେ । କିଛି ମାସ ପରେ କୌଣସି ବିଷୟକୁ ନେଇ ଉଭୟଙ୍କ ମଧ୍ୟ୍ୟରେ କଳହ ଲାଗି ରହିଥିଲା । ସ୍ତ୍ରୀ ପଦ୍ମାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ସ୍ୱାମୀ ଶେଖର ଦେଉଥିଲେ ।

ଗତ ଦୁଇ ବର୍ଷ ହେଲା ପଦ୍ମା ମା ଘରେ ରହି ଆସୁଥିଲେ । ଗତ ଶନିବାର ସକାଳ ୫ଟା ବେଳେ ମା ଓ ପଦା୍ମ ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ଶେଖର ସ୍ତ୍ରୀଙ୍କୁ ଠେଙ୍ଗାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାକୁ ମା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ୍ୟ ଆକ୍ରମଣ କରିଥିଲେ । ଉଭୟ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତିି ହୋଇଥିଲେ । ଏନେଇ ଗୋଳନ୍ଥରା ଥାନାରେ ପୋଲାମା ଲିଖିତ ଅଭିଯୋଗ କରିଥିଲେ । ଏନେଇ ଥାନାରେ  ପୁଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗ୍ରାମରେ ଶେଖର ଥିବା ବେଳେ ପୁଲିସ ଖବର ପାଇ ସେଠାରେ ଚଢଉ କରି କାବୁ କରିଥିଲେ । ପରେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button