ଦେଶ

ମୋଦୀଙ୍କ ଅବସର ସମୟ ଆସିଯାଇଛି : କଂଗ୍ରେସ ନେତା ଜୟରାମ ରମେଶ – Ibnodisha

[ad_1]

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ରବିବାର ଆରମ୍ଭ କରାଯାଇଥିବା ବିଶ୍ବକର୍ମା ଯୋଜନାକୁ ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ମୋଦୀଙ୍କର ଏହା ଆଉ ଏକ ‘ଜୁମଲା’ ।

କଂଗ୍ରେସ ସାଧାରଣ ସମ୍ପାଦକ ଥିବା ଜୟରାମ ‘ପିଏମ୍ ବିଶ୍ୱକର୍ମା’ ଯୋଜନାକୁ ଏକ ନିର୍ବାଚନୀ ଚାଲ୍  ବୋଲି କହିଛନ୍ତି। ରବିବାର ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ମୋଦୀ ଜନସାଧାରଣଙ୍କୁ ଆଉ ବୋକା ବନେଇ ପାରିବେ ନାହିଁ । ଏହିକାରଣରୁ ପ୍ରଧାନମନ୍ତ୍ରୀଙ୍କ ଅବସର  ସମୟ ଆସିଛି ।

ବିମୁଦ୍ରାକରଣ, ଭୁଲ୍ ଜିଏସଟି ଏବଂ କୋଭିଡ୍-୧୯ ସମୟରେ ହଠାତ୍ ଲକଡାଉନ ଭାରତର ଅଣୁ ଓ କ୍ଷୁଦ୍ର ଉଦ୍ୟୋଗପାଇଁ ସବୁଠାରୁ ଖରାପ ସାବ୍ୟସ୍ତ ହୋଇଥିଲା । ଏହି କ୍ଷୁଦ୍ର ବ୍ୟବସାୟଗୁଡ଼ିକ ମଧ୍ୟରୁ ଅଧିକାଂଶ ଲୋକମାନେ ଚଳାଉଛନ୍ତି ଯେଉଁମାନେ ନିଜ ହାତରେ କାମ କରନ୍ତି । ଏଥିରେ ବୟନ, ଚମଡ଼ା, ଧାତୁ ଏବଂ କାଠ କାମ ଅନ୍ତର୍ଭୁକ୍ତ ।

ମୋଦି ସରକାରଙ୍କ ନୀତିରେ ପ୍ରଭାବିତ ହୋଇ ଅନେକ ଲୋକ ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। ଉକ୍ତ ଯାତ୍ରା ପରେ ମଧ୍ୟ ରାହୁଲ ଗାନ୍ଧି ତାଙ୍କ ସହ ଜଡ଼ିତ ଅଛନ୍ତି। ସେ ଲଗାତାର ସେମାନଙ୍କ ଦୁଃଖ ଓ ଅସୁବିଧା ଶୁଣୁଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଜୀବିକା ନଷ୍ଟ କରିଦେଇଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button