ହକିରେ ଭାରତକୁ ସ୍ୱର୍ଣ୍ଣ, ପୁଣି ଜଣେ ଓଡିଆ ପୁଅଙ୍କ ସଫଳତା – Ibnodisha

[ad_1]

ନୂଆଦିଲ୍ଲୀ: ଭାରତ ୪ର୍ଥ ଥର ପାଇଁ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛି। ଏହାପୂର୍ବରୁ ଶେଷ ଥର ପାଇଁ ୨୦୧୪ରେ ସୁନା ପଦକ ଜିତିଥିଲା।ଡିଫେଣ୍ଡିଂ ଚାମ୍ପିୟନ ଜାପାନକୁ ହରାଇ ଏସିଆନ ଗେମ୍ସ ହକିରେ ଭାରତ ଜିତିଛି ସ୍ୱର୍ଣ୍ଣ। ଭାରତୀୟ ପୁରୁଷ ଟିମ ଆଜି ଫାଇନାଲରେ ୨୦୧୮ର ଚାମ୍ପିୟନ ଜାପାନକୁ ୫-୧ ଗୋଲରେ ମାତ ଦେଇଛି। ଏହି ସ୍ୱର୍ଣ୍ଣ ପଦକ ଲଢ଼େଇରେ ଭାରତ ପାଇଁ ଗୋଲ କରିଛନ୍ତି ଓଡ଼ିଆ ପୁଅ ଅମିତ ରୋହିଦାସ। ତାଙ୍କ ବ୍ୟତୀତ ଦଳର ପୂର୍ବତନ ଅଧିନାୟକ ମନପ୍ରୀତ ସିଂହ, ବର୍ତ୍ତମାନର ଅଧିନାୟକ ହରମନପ୍ରୀତ ସିଂହ(୨ଟି) ଓ ଅଭିଷେକ ମଧ୍ୟ ଗୋଲ ସ୍କୋର କରିଛନ୍ତି।
ଭାରତ ୪ର୍ଥ ଥର ପାଇଁ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିବାକୁ ସକ୍ଷମ ହୋଇଛି। ଏହାପୂର୍ବରୁ ଶେଷ ଥର ପାଇଁ ୨୦୧୪ରେ ସୁନା ପଦକ ଜିତିଥିଲା। ୨୦୧୮ରେ ଦଳ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଥିଲା। ଏଥର କିନ୍ତୁ ଦଳ ସୁନା ଜିତିଛି। ୨୦୧୪ ପୂର୍ବରୁ ୧୯୯୮ ଓ ୧୯୬୬ରେ ଭାରତୀୟ ପୁରୁଷ ହକି ଟିମ ଏସୀୟ କ୍ରୀଡ଼ାରେ ଚାମ୍ପିୟନ ହୋଇଥିଲା।
The post ହକିରେ ଭାରତକୁ ସ୍ୱର୍ଣ୍ଣ, ପୁଣି ଜଣେ ଓଡିଆ ପୁଅଙ୍କ ସଫଳତା appeared first on ONA KHABAR.
[ad_2]




