ରାଜ୍ୟ
ନକ୍ସଲ ମୁକାବିଲା ପାଇଁ ହେଲିକପ୍ଟର ମାଗିଲା ଓଡ଼ିଶା – Ibnodisha

[ad_1]
ଭୁବନେଶ୍ୱର: ନକ୍ସଲ ମୁକାବିଲା ପାଇଁ କେନ୍ଦ୍ରକୁ ହେଲିକପଟର ମାଗିଲା ଓଡ଼ିଶା । ନକ୍ସଲ ଦମନ ପାଇଁ ହେଲିକପଟରର ଆବଶ୍ୟକତା ଥିବା କେନ୍ଦ୍ରରେ ଦାବି ରଖିଛି ଓଡିଶା । ଏହା ସହିତ ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ପର୍ୟ୍ୟାପ୍ତ ପରିମାଣରେ ମୋବାଇଲ ଟାୱାର ସ୍ଥାପନ କରିବାକୁ ମଧ୍ୟ ଦାବି ରଖାଯାଇଛି । ଦିଲ୍ଲୀରେ ହୋଇଥିବା ବୈଠକରେ ଓଡ଼ିଶା ପକ୍ଷରୁ ଯୋଗ ଦେଇଥିଲେ ମନ୍ତ୍ରୀ ବିକ୍ରମ ଆରୁଖ, ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା । ଓଡ଼ିଶା ସମେତ ନକ୍ସଲ ପ୍ରଭାବିତ ୧୦ ରାଜ୍ୟର ପ୍ରତିନିଧି ଏହି ବୈଠକରେ ଯୋଗ ଦେଇଥିଲେ । ପୂର୍ବରୁ ରାଜ୍ୟର ୨୧ ଜିଲ୍ଲାରେ ନକ୍ସଲଙ୍କ ପ୍ରଭାବ ଥିବା ବେଳେ ଏବେ ଏହା ୧୦ ଜିଲ୍ଲାରେ ସୀମିତ ରହିଛି ବୋଲି କହିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।
[ad_2]




