ଦେଶ

ବିଜେପିରୁ ଲଢ଼ିବେ ଦୁଇ ବିଗ ଷ୍ଟାର – Ibnodisha

[ad_1]

ବ୍ୟୁରୋ : ବିଜେପିକୁ ଫେରିବେ ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ସେହିପରି କ୍ରିକେଟର ଯୁବରାଜ ସିଂହ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି ।ସିଦ୍ଧୁ ଚାଷୀ ଆନ୍ଦୋଳନକୁ ନେଇ କେନ୍ଦ୍ରକୁ ସମାଲୋଚନା କରୁଥିଲେ ହଁ ସେ ବିଜେପିକୁ ଫେରିବା ନେଇ ଖବର ପ୍ରକାଶ ପାଇଛି। ସେ ବିଜେପିକୁ ଫେରିବା ସହ ପଞ୍ଜାବରୁ ଲୋକସଭା ନିର୍ବାଚନ ଲଢ଼ିବେ।ବିଜେପି କାର୍ଯ୍ୟକର୍ତ୍ତା ସୋମଦେବ ଶର୍ମା ମଧ୍ୟ ସିଦ୍ଧୁ ବିଜେପିକୁ ଫେରିବା ନେଇ ସଙ୍କେତ ଦେଇଛନ୍ତି। ସେ କହିଛନ୍ତି ଯେ “ଏ ସମ୍ପର୍କରେ ବିଜେପିର ଅନ୍ୟ ନେତାମାନଙ୍କ ସହ ଆଲୋଚନା ଚାଲିଛି। ସମ୍ଭାବ୍ୟ ପ୍ରାର୍ଥୀମାନେ ବିଜେପିରେ ସାମିଲ ହେବାର ଯୋଜନା ରହିଛି। ତେବେ ସିଦ୍ଧୁ ବିଜେପି ଯାଉଥିବା ଖବରକୁ କଂଗ୍ରେସ ନେତା ରମଣ ବକଶି ଖଣ୍ଡନ କରିଛନ୍ତି। କୁହାଯାଉଛି ଯେ କଂଗ୍ରେସ ସିଦ୍ଧୁଙ୍କୁ ଅମୃତସର ବଦଳରେ ଆଉ ଏକ ଆସନରୁ ପ୍ରାର୍ଥୀ କରିପାରେ।ଅନ୍ୟପକ୍ଷରେ ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କୁ ବିଜେପି ନିଜ ସହ ସାମିଲ କରିବା ମୁଡରେ ରହିଛି। ତାଙ୍କୁ ଦଳ ନିଜ ସହ ସାମିଲ କରି ଗୁରଦାସପୁରରୁ ଲଢ଼ିବା ପାଇଁ ଟିକେଟ ଦେଇପାରେ। ସେହିପରି ଗୁରଦାସପୁରରୁ ବିଜେପି ସବୁବେଳେ ସେଲେବ୍ରିଟିମାନଙ୍କୁ ପ୍ରାର୍ଥୀ କରିଛି।ପ୍ରଥମେ ଏଠାରୁ ବିନୋଦ ଖାନ୍ନା ଜିତିଥିଲେ। ସନ୍ନି ଦେଓଲ ଏବେ ଗୁରଦାସପୁରର ସାଂସଦ ଭାବେ କାର‌୍ୟ୍ୟ କରୁଛନ୍ତି। ତେଣୁ ୨୦୨୪ରେ ଯୁବରାଜ ସିଂହ ବିଜେପି ଟିକେଟରୁ ଏଠାରେ ଲଢ଼ିପାରନ୍ତି।

The post ବିଜେପିରୁ ଲଢ଼ିବେ ଦୁଇ ବିଗ ଷ୍ଟାର appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button