ଖେଳ

କୁସ୍ତିରୁ ମିଳିଲା ଆଉ ଗୋଟିଏ ପଦକ – Ibnodisha

[ad_1]

ନୂଆଦିଲ୍ଲୀ: ସିଆନ ଗେମ୍ସର କୁସ୍ତିରୁ ଭାରତକୁ ଆଉ ଏକ ପଦକ ମିଳିଛି। ଭାରତ ପାଇଁ ମହିଳା ୭୬ କେଜି କୁସ୍ତିରେ ବ୍ରୋଞ୍ଜ ପଦକ ଜିତିଛନ୍ତି କିରଣ ବିଷ୍ଣୋଇ। ସେ ବ୍ରୋଞ୍ଜ ପଦକ ଲଢ଼େଇରେ ମଙ୍ଗୋଲିଆର କୁସ୍ତିଯୋଦ୍ଧାକୁ ୬-୩ରେ ପରାସ୍ତ କରି ଏପରି ସଫଳତା ହାସଲ କରିଛନ୍ତି।
କିରଣଙ୍କ ବ୍ରୋଞ୍ଜ ପରେ ଏସିଆନ କ୍ରୀଡ଼ାରେ ଭାରତର ମେଡାଲ ସଂଖ୍ୟା ୯୨ରେ ପହଞ୍ଚି ଯାଇଛି। ଏଥିରେ ୨୧ଟି ସ୍ୱର୍ଣ୍ଣ, ୩୩ଟି ରୌପ୍ୟ ଓ ୩୮ଟି ବ୍ରୋଞ୍ଜ ପଦକ ରହିଛି।
ଭାରତ ଏଥର ୧୦୦ରୁ ଅଧିକ ପଦକ ଜିତିବା ଲକ୍ଷ୍ୟ ନେଇ ଚାଇନାରେ ଅନୁଷ୍ଠିତ ଏସିଆନ ଗେମ୍ସକୁ ଯାଇଥିଲା। ବର୍ତ୍ତମାନ ସୁଦ୍ଧା ଦେଶର ଖେଳାଳିମାନେ ୯୨ଟି ପଦକ ଜିତି ସାରିଥିବା ବେଳେ ପୁରୁଷ କ୍ରିକେଟ, କବାଡି, ବ୍ରିଜ, ବ୍ୟାଡମିଣ୍ଟନ, ହକି ଓ ତୀରନ୍ଦାଜୀ ଭଳି କ୍ରୀଡ଼ାରୁ ଏକାଧିକ ପଦକ ନିଶ୍ଚିତ କରିଛି।
ଏହାର ଅର୍ଥ ଭାରତ ଏଥର ୧୦୦ରୁ ଅଧିକ ପଦକ ଜିତିବା ନିଶ୍ଚିତ ହୋଇଛି। କେବଳ ମେଡାଲର ରଙ୍ଗ କ’ଣ ରହିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button