ରାଜ୍ୟ

ସୋଆ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କ ନିମନ୍ତେ ଇଣ୍ଡକ୍ସନ୍ କାର୍ଯ୍ୟକ୍ରମ ଆୟୋଜିତ – Ibnodisha

[ad_1]

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନର (ସୋଆ)ର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌)ରେ ନାମ ଲେଖାଇଥିବା
ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗତ ବୁଧବାର ଏକ ଇଣ୍ଡକ୍ସନ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ପ୍ରଫେସର ନନ୍ଦ ମ୍ୟାନେଜମେଂଟ ଗ୍ରାଜୁଏଟ୍‌ମାନଙ୍କ କ୍ଷେତ୍ରରେ ଆଗକୁ ଆସୁଥିବା ସୁଯୋଗ ଓ ଆହ୍ୱାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଆଇବିସିଏସ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଛାତ୍ରଛାତ୍ରୀମାନେ ଭଲ ମଣିଷ ହେବା ନେଇ ଉପଦେଶ ଦେଇଥିଲେ ।
ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ବରିଷ୍ଠ ଉପସଭାପତି ତଥା ପୂର୍ବାଂଚଳର ଲାଇବିଲିଟି ସେଲ୍ସର ଆଂଚଳିକ ମୁଖ୍ୟ ଶ୍ରୀ କୀର୍ତି ସି. ସାହୁ, ଜଭସ୍ତ୍ରା ଟେକ୍ନୋଲୋଜିସ୍ ପ୍ରାଇଭେଟ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଓଡ଼ିଶା ରାଜ୍ୟ କାଉନ୍‌ସିଲ୍ ଅଧ୍ୟକ୍ଷ ଶ୍ରୀ ଜେ.ବି ପାଣି, ଏସାର ମିନ୍‌ମେଟ୍ ଲିମିଟେଡ୍‌ର
ସିଇଓ ଏବଂ ମ୍ୟାନେଜିଂ ଡାଇରେକ୍ଟର ତଥା କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ)ର
ଓଡ଼ିଶା ରାଜ୍ୟ କାଉନ୍‌ସିଲ୍ ଅଧ୍ୟକ୍ଷ ଶ୍ରୀ ଶଶି ଏସ୍‌. ମହାନ୍ତି, ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ
ଦାସ ଏବଂ ଏମ୍‌ବିଏ ପ୍ରୋଗ୍ରାମ୍‌ର ଏକାଡେମିକ୍ କୋର୍ଡିନେଟର ପ୍ରଫେସର ଦୁର୍ଯ୍ୟୋଧନ ଜେନା ମଧ୍ୟ ବକ୍ତବ୍ୟ
ରଖିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button