ରାଜ୍ୟ

ଏନ୍‌ଟିପିସିରେ ଅଗ୍ନିକାଣ୍ଡ – Ibnodisha

[ad_1]

ଅନୁଗୋଳ: ଅନୁଗୋଳ ଜିଲା କଣିହାଁ ସ୍ଥିତ ଏନ୍‌ଟିପିସି କନ୍‌ଭର ଲାଇନ୍‌ରେ ଶନିବାର ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ ନିଆଁ ଲାଗି ଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୫ରୁ ଅଧିକ ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଆଜି ଦିନ ପ୍ରାୟ ସାଢ଼େ ୧୦ଟା  ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି। ପ୍ଲାଣ୍ଟ ଭିତରେ କେହି ଫଶି ରହିଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ। ଏହାସହ କ୍ଷୟକ୍ଷତିର  ଆକଳନ କରାଯାଇପାରିନାହିଁ। ତେବେ ପ୍ଲାଣ୍ଟରେ କିପରି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button