ରାଜ୍ୟ

ବୁଲା ଷଣ୍ଢ ଆକ୍ରମଣରେ ବୃଦ୍ଧା ମୃତ – Ibnodisha

[ad_1]

ଭଦ୍ରକ :  ଆଜି ସକାଳେ ଏକ ବୁଲା ଷଣ୍ଢ ଆକ୍ରମଣରେ ଫୁଲ ତୋଳୁ ଥୁବା ବେଳେ ଜଣେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ଏହି ଉନ୍ମତ କାଣ୍ଡ ଭିଭିଆଇବା ପରେ ଉକ୍ତ ଷଣ୍ଢ ନିକଟରେ ମନ୍ଦିରକୁ ଯାଉଥୁବା ଜଣେ ଶିକ୍ଷୟତ୍ରୀଙ୍କୁ ଆକ୍ରମଣ କରି ଗୁରୁତର କରିଛି । ଆଜି ସକାଳ ୬ ଟା ବେଳେ ଏହି ଅଘଟଣ ଘଟିଛି ଭଦ୍ରକ ସହର ଚାରମ୍ପା ନିକଟ ପଥରଆଡ଼ି ଅଂଚଳରେ ।

ଖବର ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ପଥରଆଡ଼ି ଅଞ୍ଚଳବାସୀ ବାସୁଦେବ ପଣ୍ଡାଙ୍କ ପତ୍ନୀ ବୃଦ୍ଧା ଶାନ୍ତିଲତା ପଣ୍ଡା(୭୩)ଫୁଲ ତୋଳୁ ଥୁବା ବେଳେ ଅତର୍କିତ ଭାବେ କ୍ଷତ ବିକ୍ଷତ କରି ଆକ୍ରମଣ କରିଥିଲା । ନିମିଷକେ ମଧ୍ୟରେ ବୃଦ୍ଧାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡ କରି ଏହି ମାରଣା ଷଣ୍ଢଟି ସମ୍ପୃକ୍ତ ଅଞ୍ଚଳବାସୀ ଶିକ୍ଷୟିତ୍ରୀ ସାଇ ପ୍ରସନା ଦାସ(୪୯)ମନ୍ଦିର ଯାଉଥିବା ବେଳେ ଅତର୍କିତ ଆକ୍ରମଣ କରି ଲହୁଲୁହାଣ କରିଥିଲା । ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟ୍ରମା କେୟାରରେ ଭର୍ତ୍ତି କରାଯାଇଛି ।

ତାଙ୍କ ଜଙ୍ଘ ଓ ମେରୁଦଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି । ବୃଦ୍ଧାଙ୍କ ଖଣ୍ଡ ବିଖଣ୍ଡିତ ମୃତ ଶରୀରକୁ ବ୍ୟବଚ୍ଛେଦ ଲାଗି ଡାକ୍ତର ଖାନା କୁ ଅଣାଯାଇଛି । ଅନ୍ୟପକ୍ଷରେ ଉକ୍ତ ମାରଣା ବୁଲା ଷଣ୍ଢକୁ ଭଦ୍ରକ ଦମକଳ ବାହିନୀ କାବୁ କରି ଥିବା ସୂଚନା ମିଳିଛି । ଭଦ୍ରକ ସହର ଓ ସହର ଉପକଣ୍ଠରେ ଗତ କିଛି ବର୍ଷ ହେବ ଅବାଧରେ ବୁଲା ଗାଈଗୋରୁ, ଷେଣ୍ଢ ଓ କୁକୁରଙ୍କ ବିଚରଣ ଜଣ ସାଧରଣଙ୍କ ଯାତାୟାତରେ ବିପଦ ସୃଷ୍ଟି କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button