ରାଜ୍ୟ
ଚାର୍ଜ ବସିଥିବା ବେଳେ ଜଳିଗଲା ଇଲେକ୍ଟ୍ରି ବାଇକ – Ibnodisha

[ad_1]
ବଲାଙ୍ଗିର : ଚାର୍ଜ ବସିଥିବା ବେଳେ ଜଳିଗଲା ଇଲେକ୍ଟ୍ରି ବାଇକ। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରରେ। ବାବାଜୀପଡା ଇଣ୍ଡିଆନ ଗ୍ୟାସ ଗୋଦାମ ପାଖରେ ରହୁଥିବା ଦୀପକ ପଣ୍ଡା ନାମକ ଜଣେ ବ୍ୟକ୍ତି ନିଜ ଇଲେକ୍ଟ୍ରି ବାଇକକୁ ବାରଣ୍ଡାରେ ଚାର୍ଜରେ ବସାଇଥିଲେ। ପରିବାର ସଦସ୍ୟ ଘରେ ଥିବା ବେଳେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇଥିଲା।ସମସ୍ତେ ବାହାରକୁ ଆସି ଦେଖିଲା ବେଳକୁ ବାଇକଟି ହୁତୁହୁତୁ ହୋଇ ଜଳୁଛି। ପରିବାର ସଦସ୍ୟ ମିଶି ନିଆଁକୁ ଆୟତ୍ତ କରିଥିଲେ। ହେଲେ ବାଇକ୍ଟି ସଂପୂର୍ଣ୍ଣ ଜଳି ଯାଇଥିଲା। ତେବେ ବାଇକରେ କିପରି ନିଆଁ ଲାଗିଲା, ତାର କାରଣ ଅସ୍ପଷ୍ଟ ରହିଛି।
[ad_2]



