ରାଜ୍ୟ

୫୪୩ଲିଟର ମଦ ଜବତ : ୧ ଗିରଫ – Ibnodisha

[ad_1]

ବଡ଼ମ୍ବା : ବଡ଼ମ୍ବା ବ୍ଲକ ଅନ୍ତର୍ଗତ ଅମାନ୍ତିଆ ଗ୍ରାମର ଏକ ଦୋକାନ ଘରୁ ୫୪୩ଲିଟର ଦେଶୀ ଓ ବିଦେଶୀ ମଦ ଜବତ। ବଡ଼ମ୍ବା ପୋଲିସ ପାଟ୍ରୋଲିଙ୍ଗ କରିବା ବେଳେ ତାଙ୍କୁ ମିଳିଛି ବଡ ସଫଳତା। ତେବେ ବିଶେଷ ସୂତ୍ରରୁ ଅମାନ୍ତିଆ ଗ୍ରାମର ଏକ ଦୋକାନରେ ବେଆଇନ ମଦ କାରବାର ହେଉଥିବା ନେଇ ଖବର ପାଇଥିଲା। ଏହାପରେ ଯୋଜନା କରି ପୋଲିସ ଦୋକାନ ଘରେ ଚଢ଼ାଉ କରିବା ସହିତ ଏହି ମାମଲାରେ ଜଡିତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ବଡ଼ମ୍ବା ପୋଲିସ। ତେବେ ଜବତ ହୋଇଥିବା ୫୪୩ଲିଟର ବେଆଇନ ମଦର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି। ପୋଲିସ ଏହି ଘଟଣା ବାବଦରେ ଅଭିଯୁକ୍ତକୁ ଅଧିକ ପଚରାଉଚରା କରିବା ସହିତ ଘଟଣା ବାବଦରେ ଅଧିକ ତଦନ୍ତ କରୁଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button