ରାଜନୀତି

ସାନ ପୁଅ ପାଇଁ ବାପାଙ୍କ ପ୍ରଚାର – Ibnodisha

[ad_1]

ଭୁବନେଶ୍ୱର:ପୁଅ ପାଇଁ ବାପାଙ୍କ ପ୍ରଚାର । ଭୁବନେଶ୍ୱର ଏମ୍‌ପି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ସୁରେଶ ରାଉତରାୟଙ୍କ ପ୍ରଚାର ଆରମ୍ଭ କରିଛନ୍ତି। ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥଙ୍କ ପାଇଁ ଭୋଟ ମାଗିଲେ ବାପା ସୁରେଶ ରାଉତରାୟ।

ଆଜି ସକାଳୁ ସକାଳୁ ଭୁବନେଶ୍ୱର ବୁଦ୍ଧ ପାର୍କରେ ପହଞ୍ଚି ସୁର ରାଉତରାୟ ପୁଅ ମନ୍ମଥଙ୍କ ପାଇଁ ଭୋଟ ମାଗିଛନ୍ତି। ଏହି ସମୟରେ ପୁଅ ମନ୍ମଥ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରାର୍ଥୀ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ। ବାପା ହିସାବରେ ପୁଅ ପାଇଁ ଭୋଟ ମାଗୁଥିବା ସୁର କହିଛନ୍ତି ।

 ଅଳ୍ପ କିଛି ସମୟ ପୁଅଙ୍କ ସହ ରହି ପାର୍କରେ ପ୍ରଚାର କରିବା ପରେ ସେଠାରୁ ଚାଲି ଯାଇଥିଲେ ସୁର ରାଉତ । ସେପଟେ ବାପାଙ୍କ ସହ ପାର୍କରେ ଲୋକଙ୍କୁ ଭେଟିବା ପରେ ମନ୍ମଥ କହିଛନ୍ତି, ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ସମସ୍ତଙ୍କ ଭରସା ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button