ରାଜନୀତି

କଂଗ୍ରେସର ବଡ ବିଜୟ,କେନ୍ଦ୍ରାପଡାକୁ ରେଳ ଗଡିବ – Ibnodisha

[ad_1]

କେନ୍ଦ୍ରାପଡ଼ା : ଆଜି କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଗରାପୁର କଂଗ୍ରେସ କାର୍ଯ୍ୟାଳୟଠାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରି କହିଛନ୍ତି ଯେ ହରିଦାସପୁର-ପାରାଦ୍ୱୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ ନିଷ୍ପତ୍ତି କଂଗ୍ରେସର ଏକ ବଡ ବିଜୟ । ଏହି ବିଜୟ ପାଇଁ ସେ କେନ୍ଦ୍ରାପଡାବାସୀ ଓ ସମସ୍ତ ସହଯୋଗୀ କଂଗ୍ରେସ କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଶ୍ରୀ ବେହେରା ଆହୁରି କହିଛନ୍ତି ଯେ କେନ୍ଦ୍ରାପଡାକୁ ରେଳ ସେବା ଯୋଗାଇବା ନିମନ୍ତେ କଂଗ୍ରେସ ତା୨୩.୦୯.୨୦୨୦ରିଖଠାରୁ ଯେଉଁ ଦିନ ହରିଦାସପୁର-ପାରାଦ୍ୱୀପ ରେଳପଥରେ ମାଲ୍‌ବାହି ଟ୍ରେନ୍ ଗଡିଲା ନିରବଚ୍ଛିନ୍ନ ଭାବେ କଂଗ୍ରେସ ଆନ୍ଦୋଳନ କରିଚାଲିଛି । ଆନ୍ଦୋଳନର ବିବରଣୀ ଦେଇ ସେ କହିଛନ୍ତି ଯେ, ତିନି ତିନି ଥର ଇଷ୍ଟକୋଷ୍ଟ ରେଲୱେର ମହା ପ୍ରବନ୍ଧକଙ୍କୁ ଭେଟ କରି ଦାବିପତ୍ର ଦିଆଯାଇଛି । ରେଳମନ୍ତ୍ରୀଙ୍କୁ ତିନିଖଣ୍ଡ ଚିଠି ଲେଖାଯାଇଛି । ବର୍ତ୍ତମାନର ରେଳମନ୍ତ୍ରୀଙ୍କୁ ଗତ ତା୩୦.୦୧.୨୦୨୪ରିଖରେ ଶେଷ ଚିଠି ଲେଖାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ଗତ ତା୦୨.୦୩.୨୦୨୪ରିଖରେ ଚିଠି ଲେଖି ଅନୁରୋଧ କରାଯାଇଛି । ଏଥି ସାଙ୍ଗକୁ ନଭେମ୍ବର ୨୦୨୧ରେ କେନ୍ଦ୍ରାପଡାର ଗୋପଠାରେ ରେଳରୋକ ଆନ୍ଦୋଳନ ଓ ତା୦୨.୦୧.୨୦୨୩ରେ ଇଷ୍ଟକୋଷ୍ଟ ରେଲୱେର ସଦର ମହକୁମା ଭୁବନେଶ୍ୱରଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କେନ୍ଦ୍ରାପଡା ବ୍ଲକ ଓ ନଗର କଂଗ୍ରେସ ତରଫରୁ କେନ୍ଦ୍ରାପଡାରେ ବିଗତ ୨ ବର୍ଷ ମଧ୍ୟରେ ତୁରନ୍ତ ଯାତ୍ରୀବାହୀ ରେଳ ଚଳାଚଳ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ “ମାଟି ପାଇଁ ପାଟି ଖୋଲ”, “ମାଟି ପାଇଁ ମାଡି ଚାଲ” ଓ “ମାଟି ପାଇଁ ଜେଲ ଚାଲ” ମହାଆନ୍ଦୋଳନ କରାଯାଇଛି । ଶ୍ରୀ ବେହେରା ଦାବି କରିଥିଲେ ଯେ ଯାତ୍ରୀବାହୀ ରେଳ ଚଳାଚଳର ଶ୍ରେୟ କେବଳ କଂଗ୍ରେସର ପ୍ରାପ୍ୟ । ସେ ପ୍ରଧାନମନ୍ତ୍ରୀଙ୍କ ପାଖରେ କେନ୍ଦ୍ରାପଡାକୁ କଲିକତା ସହ ରେଳ ସଂଯୋଗ କରିବା ପାଇଁ କେନ୍ଦ୍ରାପଡାବାସୀଙ୍କ ତରଫରୁ ଦାବି ଜଣାଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି, ପୂର୍ବତନ ନଗରପାଳ ଆକବର ଅଲ୍ଲୀ, ପୂର୍ବତନ କାଉନସିଲର ହିବଜୁର ରହେମାନ, ଜିଲ୍ଲା କଂଗ୍ରେସ ଉପସଭାପତି ସୌମେନ୍ଦ୍ର ପୃଷ୍ଟି, ପିସିସି ପୂର୍ବତନ ସମ୍ପାଦକ ମୁକ୍ତାର ଖାଁ, କାଉନସିଲର ଚାନ୍ଦ ବାବୁ, ଡିସିସି ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଜେନା, ଡିସିସି ସାଧାରଣ ସମ୍ପାଦକ ମୀର ମୁରସିଦ୍‌, ଡିସିସି ସାଧାରଣ ସମ୍ପାଦକ ଅଭିଷେକ ବିଶ୍ୱାଳ, ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ପୂର୍ବତନ ସରପଞ୍ଚ ତଥା ସମବାୟ ସଭାପତି ପ୍ରଦ୍ୟୁମ୍ନ ଜେନା ଓ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ହିମାଂଶୁ ବେହେରା, ପୂର୍ବତନ ସରପଞ୍ଚ ଦିଲ୍ଲୀପ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରକାନ୍ତ ବେହେରା, ଦୀପକ ଭଦ୍ର, ପ୍ରଶାନ୍ତ ରାଉତ, ପୂର୍ବତନ ସରପଞ୍ଚ ବାବାଜୀ ମଲ୍ଲିକ, ପଞ୍ଚାୟତ କଂଗ୍ରେସ ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ, ସୟଦ ଇସ୍ମାଇଲ ହୁସେନ, ବିଚିତ୍ର ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button