ଦେଶ

ସ୍ୱାସ୍ଥ୍ୟ ସମସ୍ୟା ଆଣିପାରେ ‘ଟାଟୁ’ : ରିପୋର୍ଟ – Ibnodisha

[ad_1]

ନ୍ୟୁୟର୍କ : ଆଜିକାଲି ଯୁବଗୋଷ୍ଠୀ ନିଜ ଶରୀରରେ ଟାଟୁ’ କରିବାକୁ ପସନ୍ଦ କରୁଛନ୍ତି । ଏହା ଏବେ ଏକ ଟ୍ରେଣ୍ଡ୍ ପାଲଟିଛି । ତେବେ ଟାଟୁ କରିବା ଦ୍ୱାରା ଶରୀରରେ ପରିବର୍ତ୍ତନ ହେଉଥିବା କିମ୍ବା ଏଭଳି କିଛି ସମ୍ଭାବନା ସୃଷ୍ଟି ହେଉଥିବା ସମ୍ପର୍କରେ ଯୁବଗୋଷ୍ଠୀ ସଚେତନ ନାହାନ୍ତି । ଏସମ୍ପର୍କରେ ନ୍ୟୁୟର୍କ ସ୍ଥିତ ବିଶ୍ୱର ଅନ୍ୟତମ ବୃହତ୍ ବିଶ୍ୱବିଦ୍ୟାଳୟ ବିଙ୍ଗହାମ୍‌ଟନ୍ ୟୁନିଭରସିଟି ପକ୍ଷରୁ ସ୍ୱାସ୍ଥ୍ୟଗତ ଏକ ଷ୍ଟଡି ରିପୋର୍ଟ ସାମ୍ନାକୁ ଆସିଛି । ଆନାଲିଟିକାଲ କେମିଷ୍ଟ୍ରି ପତ୍ରିକାରେ ପ୍ରକାଶିତ ଏହି ରିପୋର୍ଟରେ ‘ଟାଟୁ’ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇବା ଆଶଙ୍କା ବୃଦ୍ଧି ପାଉଥିବା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ ପାଇଛି ।

ଜନ୍ ସ୍ୱିଏର୍କଙ୍କ ନେତୃତ୍ୱରେ କରାଯାଇଥିବା ଏହି ଅଧ୍ୟୟନରେ ଆମେରିକାର ପ୍ରାୟ ୫୪ଟି ପ୍ରମୁଖ ଟାଟୁ ଇଙ୍କ୍ ବ୍ରାଣ୍ଡ୍ (ଟାଟୁ ସମୟରେ ବ୍ୟବହାର ହେଉଥିବା ଭଲ ବ୍ରାଣ୍ଡ୍‌ର ରଙ୍ଗ) ଉପରେ ରିସର୍ଚ୍ଚ କରାଯାଇଥିଲା । ଏଥିରେ ଟାଟୁ କରାଯିବା କ୍ଷେତ୍ରରେ ଏହି ସବୁ ରଙ୍ଗର ଆବଶ୍ୟକତା ଉପରେ ମଧ୍ୟ ଭଲଭାବେ ତର୍ଜମା କରାଯାଇଥିଲା । ତେବେ ଟାଟୁରେ ବ୍ୟବହାର କରାଯାଉଥିବା ଏସବୁ ରଙ୍ଗ ମଧ୍ୟରୁ ଅଧିକାଂଶ ବ୍ରାଣ୍ଡ୍‌ର ରଙ୍ଗରେ ବ୍ୟବହୃତ ଉପାଦାନ ମନୁଷ୍ୟ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ଜାଣିବାକୁ ମିଳିଛି । ରିସର୍ଚ୍ଚ ପାଇଁ ଆମେରିକାରେ ଉପଲବ୍ଧ ହେଉଥିବା ପ୍ରାୟ ୫୪ଟି ବ୍ରାଣ୍ଡେଣ୍ଡ୍ କମ୍ପାନୀର ଟାଟୁ ଇଙ୍କ୍ (ରଙ୍ଗ)କୁ ସାମ୍ପଲ୍ ଭାବେ ଗ୍ରହଣ କରାଯାଇଥିବା ବେଳେ ଏଥିମଧ୍ୟରୁ ୪୫ଟି ବ୍ରାଣ୍ଡେଣ୍ଡ୍ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟାଟୁ ଇଙ୍କ୍‌ରେ ଏହି ମାରାତ୍ମକ ଉପାଦାନର ଉପସ୍ଥିତି ପ୍ରମାଣିତ ହୋଇଛି । ଆନାଲିଟିକାଲ କେମିଷ୍ଟ୍ରି ପତ୍ରିକାରେ ପ୍ରକାଶିତ ଏପ୍ରକାର ରିସର୍ଚ୍ଚ ଫଳାଫଳ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି ।

ରିପୋର୍ଟ ଅନୁସାରେ ଏସବୁ ଟାଟୁ ଇଙ୍କ୍‌ରୁ ଠାବ କରାଯାଇଥିବା ମାରାତ୍ମକ ଉପାଦାନ ମଧ୍ୟରୁ ପଲିଥିନ୍ ଗ୍ଲାଇକଲ୍ ଅନ୍ୟତମ ରହିଛି । ପଲିଥିନ୍ ଗ୍ଲାଇକଲ୍‌, ମୁଖ୍ୟତଃ କୋଷ୍ଠ କାଠିନ୍ୟ ରୋଗ ପାଇଁ ବ୍ୟବହାର କରାଯାଉଥିବା ମେଡିସିନ୍‌ର ପ୍ରସ୍ତୁତି ପାଇଁ ଆବଶ୍ୟକ ହୋଇଥାଏ । କେବଳ ସେତିକି ନୁହେଁ, ଟାଟୁ ଇଙ୍କ୍‌ରେ ଏହାର ମାତ୍ରାଧିକ ବ୍ୟବହାର ମଧ୍ୟ ବେଶ୍ ଉଦ୍‌ବେଗଜନକ ବୋଲି ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହେଲ୍‌ଥ କହିଛି । ସେହିପରି ଟାଟୁ ଇଙ୍କ୍‌ରେ ୨-ଫିନୋକ୍ସି ଇଥାନଲ୍‌ର ଉପାଦାନ ବା କଣିକା ମଧ୍ୟ ଠାବ କରାଯାଇଛି । ଯାହାକି ମଣିଷ ସ୍ୱାସ୍ଥ୍ୟ ପାଇଁ ଆଉ ଏକ ବଡ଼ ବିପଦ । ସୂଚନାଯୋଗ୍ୟ, ଏହି ରାସାୟନିକ ପଦାର୍ଥର ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମ, ଫୁସଫୁସ ଏବଂ ଯକୃତକୁ ମଧ୍ୟ ଏହା କ୍ଷତି ପହଞ୍ଚାଇପାରେ । ଏପରିକି ଏହା ବୃକକ୍ (କିଡନ୍‌ୀ) ଏବଂ ସ୍ନାୟୁଗତ ପ୍ରକ୍ରିୟାକୁ ମଧ୍ୟ ଅକାମୀ କରିଦେଇପାରେ । ଆମେରିକାର ଅନ୍ୟତମ ଚର୍ଚ୍ଚିତ ସ୍ୱାସ୍ଥ୍ୟ ଗବେଷଣାଭିତ୍ତିକ କ୍ଲିନିକ୍ ‘ମାୟୋ କ୍ଲିନିକ୍‌’ ପକ୍ଷରୁ ମଧ୍ୟ ଏଦିଗରେ କେତେକ ଚିନ୍ତାଜନକ ସୂଚନା ଦିଆଯାଇଛି । ମାୟୋ କ୍ଲିନିକ୍ ଅନୁସାରେ ଶରୀରରେ ଟାଟୁ କରିବା ସମୟରେ ବ୍ୟବହାର କରାଯାଉଥିବା ରଙ୍ଗରେ ଥିବା ରାସାୟନିକ କଣିକା ଯୋଗୁ ବ୍ୟକ୍ତିବିଶେଷଙ୍କ ଠାରେ ଏମ୍‌ଆରଆଇ୍ ସ୍କାନ୍ ଜନିତ ଶାରୀରିକ ସମସ୍ୟା ଦେଖିବାକୁ ମିଳିିପାରେ ।

ଜନ୍ ସ୍ୱିଏର୍କ କହିଛନ୍ତି, ଟାଟୁ ଇଙ୍କ୍ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ଏଦିଗରେ ବେଶ୍ ସଚେତନ ହେବା ଜରୁରି । ଉତ୍ପାଦ ପ୍ରସ୍ତୁତିକୁ ନେଇ ସେମାନେ ନିଜେ ଏସମ୍ପର୍କରେ ତର୍ଜମା ତଥା ମୂଲ୍ୟାଙ୍କନ କରିବା ସହ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରିବା ଉଚିତ୍ । ମଣିଷ ଶରୀର ପାଇଁ କ୍ଷତିକାରକ ଉପାଦାନ ବଦଳରେ ବିକଳ୍ପ ଖୋଜିବା ପାଇଁ କମ୍ପାନୀଗୁଡିକ ଅଧିକରୁ ଅଧିକ ଗବେଷଣା କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇପଡିଛି । ସେହିପରି ଟାଟୁ କରୁଥିବା ଶିଳ୍ପୀଙ୍କ ପାଇଁ ମଧ୍ୟ ଏହା ଏକ ବଡ ଚ୍ୟାଲେଞ୍ଜ୍ ଭାବେ ଉଭା ହୋଇଛି । ସେମାନେ ଟାଟୁ କରିବା କ୍ଷେତ୍ରରେ ଉଚ୍ଚମାନ ତଥା ବହୁ ପରୀକ୍ଷିତ ରଙ୍ଗର ଚୟନ କରିବା ଏବଂ ନିଜ ଗ୍ରାହକଙ୍କୁ ମାତ୍ରାଧିକ ରାସାୟନିକଯୁକ୍ତ ରଙ୍ଗର ପାଶ୍ୱର୍ ପ୍ରତିକ୍ରିୟା ତଥା କ୍ଷତିକାରକ ଦିଗ ଉପରେ ସଚେତନ କରିବା ଜରୁରି । ସ୍ୱଚ୍ଛତା ଅବଲମ୍ବନ ଏବଂ ଉପଯୁକ୍ତ ସୁରକ୍ଷାଯୁକ୍ତ ଟାଟୁ କରିବା ଦିଗରେ ଟାଟୁ ଶିଳ୍ପୀମାନେ ଜୋର ଦେବା ଉଚିତ୍ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button