ଦେଶ

ଏସଓପି ପାଇଁ ସୁପ୍ରିମକୋର୍ଟଙ୍କୁ ସୁପାରିଶ କଲେ ସରକାର – Ibnodisha

[ad_1]

କଟକ: ଅଦାଲତ ଅବମାନନା ମାମଲାଗୁଡିକରେ ସରକାରୀ ଅଧିକାରୀଙ୍କୁ କିପରି ସମନ କରାଯିବ ସେ ନେଇ ଏକ ଏସଓପି ପାଇଁ ସରକାର, ସୁପ୍ରିମକୋର୍ଟଙ୍କୁ ସୁପାରିଶ କରିଛନ୍ତି । ସେଥିରେ ରହିଛି, ଅତି ଜରୁରୀ ଥିଲେ ହିଁ ସରକାରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୁହାଯାଉ । ସରକାରୀ ଅଧିକାରୀଙ୍କୁ ଡାକିବା ସମୟରେ ସଂଯମତା ରକ୍ଷା କରାଯାଉ ।

ସରକାରୀ ଅଧିକାରୀଙ୍କ କୌଣସି ନିର୍ଦ୍ଦେଶନାମାର ଶୁଣାଣି ବେଳେ ତାର ଆଇନଗତ ଦିଗ ଦେଖାଯାଉ । ସରକାରୀ ଓକିଲଙ୍କ ମନ୍ତବ୍ୟ ଆଧାରରେ ଅଦାଲତ ଅବମାନନା ମାମଲା ନ ହେଉ । ନିଜ ରାୟର ଅବମାନନା ମାମଲାର ଶୁଣାଣି ନିଜେ ସେହି ବିଚାରପତି ନକରନ୍ତୁ । କୋର୍ଟ ଅର୍ଡର ପାଳନ କରିବାକୁ ସରକାରଙ୍କୁ ଆବଶ୍ୟକ ସମୟ ପ୍ରଦାନ କରାଯାଉ । ସରକାରୀ ଅଧିକାରୀଙ୍କ ପୋଷାକ ଉପରେ ଟିପ୍ପଣି ନ ଦିଆଯାଉ । ଅଦାଲତ ଅବମାନନା ଜାଣିଶୁଣି କରି ନଥିଲେ ତାର ସମୀକ୍ଷା ପାଇଁ ସରକାରଙ୍କୁ କହିଲେ ତାର ବିଚାର କରାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button