ବୋର୍ଡିଂ ଗେଟରେ ଅଚେତ ହୋଇ ପଡ଼ିଗଲେ ପାଇଲଟ, ହୃଦଘାତ ନେଇଗଲା ଜୀବନ – Ibnodisha

[ad_1]

ନୂଆଦିଲ୍ଲୀ: ବୋର୍ଡିଂ ଗେଟରେ ଅଚେତ ହୋଇ ପଡ଼ିଗଲେ ପାଇଲଟ। ହୃଦଘାତ ନେଇଗଲା ଜୀବନ। ପୁଣେକୁ ବିମାନ ଉଡ଼ାଣ କରିବାକୁ ଯିବା ପୂର୍ବରୁ ଗୁରୁବାର ସକାଳେ ନାଗପୁର ବୋର୍ଡିଂ ଫାଟକରେ ଇଣ୍ଡିଗୋର ଜଣେ ପାଇଲଟ ମୃତ୍ୟୁବରଣ କରିଥିବା ସାମ୍ନାକୁ ଆସିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ପୁଣେକୁ ଯିବାକୁ ଥିବା ବିମାନର ଉଡ଼ାଣ ୪୦ବର୍ଷିୟ ପାଇଲଟ୍ କରିଥାନ୍ତେ। ହେଲେ ଏହା ପୂର୍ବରୁ ତାଙ୍କର ହୃଦଘାତ ହୋଇଥିଲା।
ସୂଚନା ମୁତାବକ, ପାଇଲଟ ଅଚେତ ହେବା ପରେ ତାଙ୍କୁ କିମ୍ସ-କିଙ୍ଗ୍ସୱେ ହସ୍ପିଟାଲ ନିଆଯାଇଥିଲା। ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ପାଇଲଟଙ୍କ ବିୟୋଗ ପରେ ଇଣ୍ଡିଗୋ ଏକ ବିବୃତି ଜାରି କରି ଦୁଃଖ ପ୍ରକାଶ କରିଛି। ବିବୃତିରେ କୁହାଯାଇଛି ଯେ, “ଆଜି ନାଗପୁରରେ ଆମର ଜଣେ ପାଇଲଟଙ୍କ ଦେହାନ୍ତ ହୋଇଥିବାରୁ ଆମେ ଦୁଃଖିତ। ସେ ନାଗପୁର ବିମାନବନ୍ଦରରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଯେଉଁଠାରେ ଦୁର୍ଭାଗ୍ୟବଶତଃ ତାଙ୍କର ଦେହାନ୍ତ ହୋଇଥିଲା। ଆମର ସମବେଦନା ଏବଂ ପ୍ରାର୍ଥନା ତାଙ୍କ ପରିବାର ଏବଂ ପ୍ରିୟଜନଙ୍କ ସହ ଅଛି ।
ତେବେ ଭାରତରେ ଦୁଇ ଦିନ ମଧ୍ୟରେ ପାଇଲଟଙ୍କ ଏହା ଦ୍ୱିତୀୟ ମୃତ୍ୟୁ। ବୁଧବାର କତାର ଏୟାରୱେଜର ଜଣେ ପାଇଲଟଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ବିମାନ ମଝି ଆକାଶରେ ଥିବା ବେଳେ ପାଇଲଟଜଣକ ହୃଦଘାତର ଶିକାର ହୋଇଥିଲେ। ପାଇଲଟଜଣକ କିଛି ମାସ ସ୍ପାଇସ୍ ଜେଟରେ ପାଇଲଟ ଭାବେ କାମ କରିଥିଲେ ବୋଲି ଜଣାଯାଇଛି।
[ad_2]