ରାଜ୍ୟ

ସିରିଜ୍‌ ବାଇକ୍‌ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟଣା: କ୍ଷତିପୂରଣ ଦାବିରେ ରାସ୍ତାରୋକ – Ibnodisha

[ad_1]

ପାଟଣାଗଡ଼: ବଲାଙ୍ଗୀରରୁ ପାଟଣାଗଡ଼ ରାସ୍ତାର ବାନ୍ଧନବାଡ଼ି ଛକ ନିକଟରେ ବୁଧବାର ରାତିରେ ସିରିଜ୍‌ ବାଇକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିଲେ। ମୃତକଙ୍କ ପରିବାର ଓ ଆହତଙ୍କୁ କ୍ଷତିପୂରଣ ଦାବି କରି ଗୁରୁବାର ସକାଳୁ ବାନ୍ଧନବାଡ଼ି ଛକଠାରେ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତାକୁ ଉତ୍ତ୍ୟକ୍ତ ଲୋକେ ଗଛ ପକାଇବା ସହ ଟାୟାର ଜାଳି ଅବରୋଧ କରିଥିଲେ। ଫଳରେ ଏହି ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପଧାନ ଓ ପୁଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ତହସିଲଦାର ଲକ୍ଷ୍ମଣ ମାଝୀ ମଧ୍ୟ ପହଞ୍ଚି ଆନ୍ଦୋଳନକାରୀମାନଙ୍କ ସହ ଆଲୋଚନା କରିଥିଲେ। ଆନ୍ଦୋଳନକାରୀମାନଙ୍କ ଦାବିଗୁଡ଼ିକ ମଧ୍ୟରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବା, ବିଧବାଙ୍କୁ ଭତ୍ତା ପ୍ରଦାନ, ଗୁରୁତର ଆହତଙ୍କ ଚିକିତ୍ସା ସହ ତାଙ୍କ ସନ୍ତାନମାନଙ୍କୁ ଆର୍ଥିକ ସହାୟତା ଓ ପାଠ ପଢ଼ିବା ପାଇଁ ସହାୟତା ପ୍ରଦାନ କରାଯିବା ଆଦି ରହିଥିଲା। ତହସିଲଦାର ରେଡ୍‌କ୍ରସ୍‌ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କିରବା ସହ ନିୟମ ଅନୁସାରେ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ‌ହୋଇଥିଲା।

ସୂଚନାଯୋଗ୍ୟ ଯେ, ବୁଧବାର ରାତିରେ ବାନ୍ଧନାବାଡ଼ି ଛକ ମୁଖ୍ୟ ରାସ୍ତାକଡ଼ରେ ଯାଉଥିବା ସମୟରେ ପଥିକମାନଙ୍କୁ ଏକ ବାଇକ୍ ଧକ୍କା ଦେଇଥିଲା। ଆହତଙ୍କୁ ଉଦ୍ଧାର କରୁଥିବା ସମୟରେ ପୁଣି ଏକ ବାଇକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତରମାନଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button