ୟୁକ୍ରେନ୍ ଅଞ୍ଚଳରେ ପଶି ରୁଷ୍ ନଷ୍ଟ କଲା ଆମେରିକାର ମିଲିଟାରୀ ବୋଟ୍ – Ibnodisha
[ad_1]
କିଭ୍: ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ରୁଷୀୟ ଏୟାରଫୋର୍ସ ସ୍ନେକ୍ ଆଇଲାଣ୍ଡରେ ଆମେରିକାର ଏକ ମିଲିଟାରୀ ବୋଟ୍କୁ ନଷ୍ଟ କରିଦେଇଛି । ହାଇ ସ୍ପିଡ୍ର ଏହି ମିଲିଟାରୀ ବୋଟ୍ରେ ୟୁକ୍ରେନ୍ର ସୈନିକମାନେ ଥିଲେ । ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ଘୋଷଣା କରିଛି । ଭାରତୀୟ ସମୟ ଅନୁସାରେ, ଏହି ଘଟଣା ଦ୍ୱିପ୍ରହର ୧ଟା ୩୦ରେ ଘଟିଛି । ବ୍ଲାକ୍ ସିରେ ସ୍ନେକ୍ ଆଇଲାଣ୍ଡ ହେଉଛି ୟୁକ୍ରେନ୍ର ଅଞ୍ଚଳ । ଏହା ପୂର୍ବରୁ ବ୍ଲାକ୍ ସି ଫ୍ଲିଟ୍ର ଏସ୍ୟୁ-୩୦ ବିମାନ (ରୁଷୀୟ ବିମାନ) ୟୁକ୍ରେନ ବୋଟ୍କୁ ଟାର୍ଗେଟ୍ କରିଥିଲା ।
କିଛି ଦିନ ତଳେ ୟୁକ୍ରେନ୍ର ସାମୁଦ୍ରିକ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଥିଲା । ରୁଷୀୟ ନାଭାଲ୍ ଶିପ୍ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ବିଗତ ୨ ମାସ ହେବ ବ୍ଲାକ୍ ସିରେ ୟୁକ୍ରେନ୍ ନାଭାଲ୍ ଏବଂ ଡ୍ରୋନ୍ ଆକ୍ରମଣ ତିନି ଗୁଣା ବୃଦ୍ଧି କରିଛି । ସେପଟେ ମସ୍କୋର ନର୍ଥ ୱେଷ୍ଟ୍ ସୀମା ସଂଲଗ୍ନ କ୍ରାସ୍ନୋଗୋରସ୍କରେ ଭୀଷଣ ଧ୍ୱଂସାବଶେଷ ଘଟିଛି । କ୍ରାସ୍ନୋଗୋରସ୍କରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ଦ୍ୱାରା ଆବାସୀୟ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ୟୁକ୍ରେନ୍ ଡ୍ରୋନ୍ ସହ ଧକ୍କା ଯୋଗୁ ଆପାର୍ଟମେଣ୍ଟ ଝରକାଗୁଡ଼ିକର କାଚ ଭାଙ୍ଗିଯାଇଛି । ବିଲ୍ଡିଂ ପାଖରେ ଥିବା ଶହ ଶହ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଡ୍ରୋନ୍ ଦ୍ୱାରା ହୋଇଥିବା ବିସ୍ଫୋରଣ ପରେ କ୍ରାସ୍ ନୋଗୋରସ୍କରେ ଆତଙ୍କର ମାହୋଲ ରହିଛି ।
[ad_2]