ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ପରିବାର ଲୋକେ ଯାହା କଲେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ…. – Ibnodisha

[ad_1]
ଲକ୍ଷ୍ନୌ: ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଉଭୟଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଯୁବତୀଙ୍କ ପରିବାରବର୍ଗ । ଉତ୍ତରପ୍ରଦେଶର ଗୋଣ୍ଡାର ଧନପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ମେହେନନ ଗ୍ରାମରେ ସମ୍ମାନ ପାଇଁ ହତ୍ୟା ବା ଅନର କିଲିଂ ମାମଲା ସାମ୍ନାକୁ ଆସିଛି । ରବିବାର ବିଳମ୍ବିତ ରାତିରେ ପ୍ରେମିକ ଜଣକ ତାଙ୍କର ୧୮ ବର୍ଷୀୟ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ । ଆଉ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ପରିବାର ସଦସ୍ୟ ରାଗିଯାଇଥିଲେ । ମିଳିଥିବା ସୂଚନା ମୁତାବକ ଯୁବତୀଙ୍କ ଭାଇ ଓ ବାପା ମିଶି ଉଭୟ ପ୍ରେମୀଯୁଗଳଙ୍କ ହତ୍ୟା କରିଥିଲେ ।
ପୁଲିସ କହିଛି ଯେ ପ୍ରେମିକ ସତୀଶ ଚୌରାସିଆ ଏବଂ ପ୍ରେମିକା ଆରତୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏହି ଅପରାଧ କରିବା ପରେ ପ୍ରେମିକର ମୃତଦେହକୁ ଆଖୁ କ୍ଷେତରେ ପୋତିଦିଆଯାଇଥିବାବେଳେ ପ୍ରେମିକାଙ୍କୁ ଅଯୋଧ୍ୟାକୁ ନିଆଯାଇ ପୋଡିଦିଆଯାଇଥିଲା । ତେବେ ସତୀଶ ଘରେ ନ ପହଞ୍ଚିବାରୁ ପରିବାର ସଦସ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା । ସତୀଶଙ୍କ ମୋବାଇଲ୍ ନମ୍ବରର କଲ୍ ବିବରଣୀରୁ ଜଣାପଡିଥିଲା ଯେ ସତୀଶ ରବିବାର ରାତିରେ ତାଙ୍କ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ । ଘଟଣାସ୍ଥଳରୁ ପୁଲିସ ପ୍ରେମିକର ମୃତଦେହ ଉଦ୍ଧାର କରିଛି । ପ୍ରେମିକାଙ୍କ ବାପା ଏବଂ ଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ଏହି ଅପରାଧ ସ୍ୱୀକାର କରିଥିଲେ ।
[ad_2]