ଅପରାଧରାଜ୍ୟ

ବରିଷ୍ଠ ବିଜେପି ନେତାଙ୍କ ରିସର୍ଟରେ ରେଡ୍‌, ୭୩ ଗିରଫ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତାଙ୍କ ରିସର୍ଟରେ ରେଡ୍‌। ମେଘାଳୟର ବିଜେପି ନେତା ବର୍ଣ୍ଣାର୍ଡ ମାରକଙ୍କ ରିସର୍ଟରେ ପୁଲିସ ଚଢ଼ାଉ କରି ଏକ ବଡ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରି। ବିଜେପି ନେତାଙ୍କ ଏହି ରିସର୍ଟରେ ବେଶ୍ୟାଳୟ ଚାଲିଥିବା ଅଭିଯୋଗ ହୋଇଛି। ପୁଲିସ ଏହି ‘ବେଶ୍ୟାଳୟ’ ଉପରେ ଚଢ଼ାଉ ୬ ନାବାଳକଙ୍କୁ ଉଦ୍ଧାର କରିଛି। ଏଥିସହ ଏହି ମାମଲାରେ ୭୩ଜଣଙ୍କୁ ଗିରଫ କରିଛି ପୁଲିସ।
ମେଘାଳୟ ଏସ୍‌ପିଙ୍କ ସୂଚନା ମୁତାବକ, ଏକ ଗୁପ୍ତ ସୂଚନା ଆଧାରରେ ବିଜେପି ନେତା ବର୍ଣ୍ଣାର୍ଡ ମାରକଙ୍କ ମାଲିକାନାରେ ଥିବା ରିସର୍ଟ ରିମ୍ପୁ ବାଗାନରେ ଶନିବାର ଦିନ ଚଢ଼ାଉ ହୋଇଥିଲା। ଏହାପରେ ଏହି ରିସର୍ଟରେ ସେକ୍ସ ରାକେଟ୍‌ ଚାଲିଥିବା ଧରାପଡିଥିଲା। ଉକ୍ତ ଫାର୍ମହାଉସରୁ ୬ ନାବାଳିକା ଓ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ଏହି ପିଲାମାନଙ୍କୁ ମେଘାଳୟ ବିଜେପି ଉପାଧ୍ୟକ୍ଷ ବର୍ନାର୍ଡ ଏନ ମାରାକ ଏବଂ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ବେଶ୍ୟାବୃତ୍ତି ପାଇଁ ଉକ୍ତ ରିସର୍ଟର ଏକ କ୍ୟାବିନରେ ବନ୍ଦୀ କରି ରଖାଯାଇଥିଲା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button