ଅପରାଧରାଜ୍ୟ

ହ୍ୱାଟସ୍ ଆପ୍ ଡିପିରେ ବ୍ରହ୍ମପୁର କମିଶନରଙ୍କ ଫଟୋ, ଯନ୍ତ୍ରୀଙ୍କୁ ଠକେଇ ଉଦ୍ୟମ

ବ୍ରହ୍ମପୁର: ବ୍ରହ୍ମପୁର ମହାନଗରର ଦୁଇ ଯନ୍ତ୍ରୀଙ୍କୁ ଠକେଇ ଉଦ୍ୟମ ଅଭିଯୋଗ। ବ୍ରହ୍ମପୁର ମହାନଗର ନିଗମର ଆସିଷ୍ଟାଣ୍ଟ ଇଂଜିନିୟର ଏବଂ ଆସିଷ୍ଟାଣ୍ଟ ଏକ୍‌ଜ୍ୟୁକେଟିଭ ଇଂଜିନିୟରଙ୍କୁ ଠକେଇ ଉଦ୍ୟମର ଶିକାର ହୋଇଛନ୍ତି। ଏ ନେଇ ଉଭୟ ଆଜି ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି।ହ୍ୱାଟସ୍ ଆପ୍ ଡିପିରେ ବ୍ରହ୍ମପୁର କମିଶନର ଜେ ସୋନାଲଙ୍କ ଫଟୋ ରଖି ସାଇବର ଠକ୍ ଉଭୟଙ୍କୁ ଆମାଜନ୍ ଭାଉଚର କିଣିବା ପାଇଁ କହିଥିଲେ। ଉଭୟ ଅଧିକାରୀ ପ୍ରଥମେ ଜାଣି ନପାରି କିଛି ସମୟ କଥା ହୋଇଥିଲେ। ମାତ୍ର ପରେ ଠକେଇ ପାଇଁ ଉଦ୍ୟମ ହେଉଥିବା ଜାଣିବାକୁ ପାଇବା ପରେ ଉଭୟ ଅଧିକାରୀ କମିଶନରଙ୍କ ସହ ଯୋଗାଯୋଗ କରିଥିଲେ। ପରେ ଘଟଣାର ସତ୍ୟତା ଜାଣିବାକୁ ପାଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button