ଅପରାଧ

ସ୍ତ୍ରୀର ମୁଣ୍ଡକୁ ଶାବଳରେ ଛେଚି ହତ୍ୟା କଲା ସ୍ୱାମୀ – Ibnodisha

[ad_1]

ମୟୂରଭଞ୍ଜ : ସ୍ତ୍ରୀର ମୁଣ୍ଡକୁ ଶାବଳରେ ଛେଚି ହତ୍ୟା କଲା ସ୍ୱାମୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ତଥା ଚିତ୍ରଡା ଫାଣ୍ଡି ଅଧୀନ ସମାଇଡ଼ିହି ଗ୍ରାମରେ । ଉକ୍ତ ଗ୍ରାମକୁ କୁଣିଆ ହୋଇ ଆସିଥିବା ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଏକ ଶାବଳରେ ଛେଚି ନିର୍ମମ ଭାବେ ହତ୍ୟା କରିବା ଘଟଣା ଆଖପାଖ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଏହି ଥାନା ଅଧିନ ଟିଆଁସୀ ଗ୍ରାମର ରାଜୁ ଭକ୍ତା ଓ଼ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ଭକ୍ତା ସମାଇଡ଼ିହି ଗ୍ରାମରେ ନିଜ ପିଉସୀଙ୍କ ଘରକୁ କୁଣିଆ ଆସି ରହିଥିବା ବେଳେ କୌଣସି କାରଣ ବଶତଃ ଦୁଇଜଣଙ୍କ ଭିତରେ ଗତ ସୋମବାର ରାତିରେ ଝଗଡା ହୋଇଥିଲା । ତେବେ ସୋମବାର ବିଳମ୍ବିତ ରାତିରେ ଲକ୍ଷ୍ମୀ ଶୋଇଥିବା ଅବସ୍ଥାରେ ରାଜୁ ଏକ ଶାବଳରେ ଲକ୍ଷ୍ମୀଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ଦେବା ସହ ଛେଚି ହତ୍ୟା କରିଥିଲା ।

ଖବର ପାଇ ଘଟଣାସ୍ଥଳରେ ବେତନଟି ଏସଡିପିଓ ସୁଦର୍ଶନ ଦାସ, ମୋରଡା ଥାନା ଏସ୍‌ଆଇ ବିଡ଼ି ବେହେରା, ଚିତ୍ରଡ଼ା ଫାଣ୍ଡି ଅଧିକାରୀ ନିରଞ୍ଜନ ସୋରେନ ସଦଳବଳେ ସାଇଣ୍ଟିଫିକ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାରୀ ରାଜୁକୁ ଅଟକ ରଖି ପଚରାଉଚରା କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି । ସେହିପରି ଅଟକ ରାଜୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି କି ହତ୍ୟାକାରୀ ରାଜୁ ଏବଂ ମୃତ ଲକ୍ଷ୍ମୀଙ୍କ ଦୁଇଟି ନାବାଳକ ଶିଶୁ ଅଛନ୍ତି । ଉଭୟଙ୍କର ବୟସ ଯଥାକ୍ରମେ ୭ ଓ ୨ ବର୍ଷ ହେବ । ମା’ର ମୃତ୍ୟୁ ହୋଇଥିବା ବେଳେ ଅଭିଯୁକ୍ତ ବାପା ଜେଲରେ ରହିବେ । ହେଲେ ନିରୀହ ଶିଶୁ ଦୁଇଜଣ ଏବେ ବେସାହାରା ହୋଇ ପଡିଛନ୍ତି । ଉକ୍ତ ଦୁଇ ନିରୀହ ଶିଶୁଙ୍କ କଥା ବୁଝିବ କିଏ ବୋଲି ସମଗ୍ର ଅଞ୍ଚଳରେ ଚର୍ଚ୍ଚା ହେଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button