ରାଜ୍ୟ

ଇଞ୍ଜେକ୍ସନ ଦେବା ବାହାନାରେ +୨ ଛାତ୍ରୀଙ୍କୁ ଦୁଷ୍କର୍ମ – Ibnodisha

[ad_1]

କଟକ: କଲେଜ ପଢନ୍ତା +୨ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କଲେ ଜଣେ ମେଡ଼ିସିନ୍ ଦୋକାନୀ । ସେହି ଅଞ୍ଚଳରେ ନିଜକୁ ଡାକ୍ତର ବୋଲାଉଥିବା ଜଗନ୍ନାଥ ମେଡ଼ିସିନ୍ ଦୋକାନ ମଲିକ ପ୍ରଶାନ୍ତ କୁମାର ନାୟକ । ଇଞ୍ଜେକ୍ସନ ଦେବା ନାରେ ନାବାଳିକା ସହିତ ଦୁଷ୍କର୍ମ କଲା ଆତ୍ମଘୋଷିତ ଡାକ୍ତର/ ମେଡ଼ିସିନ ଦୋକାନୀ । କେହି ନ ଥିବାର ସୁଯୋଗରେ ଘର ଭିତରକୁ ଡ଼ାକି ନେଇ ନାବାଳିକା ସହିତ ଦୁଷ୍କର୍ମ କଲା ନର ପିଶାଚ । ଏପରି ଏକ ଜଘନ୍ୟ ଘଟଣା ଘଟାଇଛନ୍ତି ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମର ଶ୍ରୀ ଜଗନ୍ନାଥ ମେଡ଼ିସିନ ଷ୍ଟୋରର ମାଲିକ ପ୍ରଶାନ୍ତ । ପରିବାର ଲୋକଙ୍କ କହିବା ମୁତାବକ ଶଙ୍କରପୁର ଗ୍ରାମର ନାବାଳିକା ଝିଅଟି ଜ୍ୱର ହୋଇଥିବା ନେଇ ସେ ମେଡ଼ିସିନ ପାଇଁ ଶ୍ରୀଜଗନ୍ନାଥ ମେଡ଼ିସିନ ଷ୍ଟୋର ଯାଇଥିଲେ ।

ହେଲେ ଦୋକାନ ପାର୍ଶ୍ୱରେ କେହି ନଥିବାର ସୁଯୋଗ ନେଇ ଘର ଭିତରୁ ଡାକି ନେଇଥିଲେ ନାବାଳିକା ଝିଅକୁ । ଜ୍ୱର ଭଲ କରିବାକୁ ହେଲେ ଇଞ୍ଜେକ୍ସନ ଦେବା କୁ ପଡ଼ିବ ବୋଲି କହିଥିଲେ । ପରେ ଘର ଭିତରୁ କବାଟ ଦେଇ ନାବାଳିକା ସହିତ ଦୁଷ୍କର୍ମ କରିଥିବଲେ । କିଛି ସମୟ ପରେ ଘରକୁ ଫେରି ପୀଡ଼ିତା ନାବାଳିକା ଜଣକ କାନ୍ଦି କାନ୍ଦି ପରିବାର ଲୋକଙ୍କୁ ତା ସହ ଘଟିଥିବା ଘଟଣା ବିଷୟରେ ଜଣାଇ ଥିଲେ । ପରେ ପରିବାର ଲୋକେ ଏନେଇ ଚୌଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ଚୌଦ୍ୱାର ଥାନା ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ପ୍ରଶାନ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button