ଦେଶ

ବସ୍‌ରେ ଲାଗିଲା ନିଆଁ ; ଜଣେ ମହିଳା ଯାତ୍ରୀ ଜୀବନ୍ତ ଦଗ୍ଧ – Ibnodisha

[ad_1]

ତେଲେଙ୍ଗାନା : ତେଲେଙ୍ଗାନାର ଜୋଗୁଲାମ୍ବା ଜିଲ୍ଲରେ ଆଜି ଭୋରୁ ଘଟିଛି ଏକ ଅଭାବନୀୟ ଘଟଣା। ତେବେ ସୂଚନା ଅନୁଯାଇ, ଚିତ୍ତୁର ଯାଉଥିବା ଏକ ଘରୋଇ ବସ୍‌ରେ ଆଜି ଭୋରୁ ନିଆଁ ଲାଗିଯାଇଛି। ଫଳରେ ଏଥିରେ ଜଣେ ମହିଳା ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନ୍ୟ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ହାଇଦ୍ରାବାଦ-ବେଙ୍ଗାଲୁରୁ ଜାତୀୟ ରାଜପଥର ଏର୍ରାବଲ୍ଲି ଛକରେ ଏହି ଦୁର୍ଘଟଣା ଘଟିଛି।ସୂଚନା ମୁତାବକ, ଗାଡି ଚଳାଇବା ବେଳେ ବସ୍ ଡ୍ରାଇଭରଙ୍କୁ ନିଦ ଲାଗିଥିଲା। ଏହାପରେ ହଠାତ୍ ତାଙ୍କ ଆଖି ପଡିଯାଇଥିଲା। ଫଳରେ ସେ ନିୟନ୍ତ୍ରଣ ହରାଇଥିଲେ। ଏହାପରେ ବସ୍‌ଟି ଓଲଟି ପଡିଥିଲା। ଏଥିରେ ନିଆଁ ଲାଗିଯାଇଥିଲା। ଯାତ୍ରୀମାନେ ତୁରନ୍ତ ବସ୍‌ରୁ ଓହ୍ଲାଇ ଆସିଥିଲେ। କିନ୍ତୁ ଯାତ୍ରୀ ଝରକା ଭାଙ୍ଗି ନିଜ ଜୀବନ ବଞ୍ଚାଇଥିଲେ। କିନ୍ତୁ ଜଣେ ମହିଳା ଯାତ୍ରୀ ବାହାରକୁ ଆସିବା ବେଳେ ତାଙ୍କ ହାତ ଫଶି ଯାଇଥିଲା। ଫଳରେ ସେ ଜୀବନ୍ତ ଜଳି ଯାଇଥିଲେ। ସେହିପରି ଏହି ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଗଡଓ୍ୱାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button